ପାକିସ୍ତାନ ପରେ ଭାରତରେ ଭୂକମ୍ପ ଝଟକା, କିଛି ସମୟ ପାଇଁ ଥରିଲା ତେଲଙ୍ଗାନା

ତେଲଙ୍ଗାନାର କୋମାରାମ ଭୀମ ଆସିଫାବାଦ ଜିଲ୍ଲାରେ ୩.୮ ତୀବ୍ରତା ଭୂକମ୍ବ ଝଟକା ଅନୁଭୂତ । ଏହା ସହିତ କରିମନଗର, ସିରିସିଲା, ନିଜାମାବାଦ, ନିର୍ମଲ, ପେଡାପାଲ୍ଲୀ, ନିର୍ମଲ ଏବଂ ସିଦ୍ଧଦୀପ ଜିଲ୍ଲାରେ ଭୂକମ୍ପ ଝଟକା । ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି କିଛି ହୋଇନାହିଁ । କିଛି ସେକେଣ୍ଡ ପାଇଁ ଲୋକ ହାଲକା ଝଟକା ଅନୁଭୂତ କରିଥିଲେ । ତେବେ ଭୂକମ୍ପ ପର ପ୍ରବଳ ବର୍ଷା ପବନ ମଧ୍ୟ ହୋଇଥିଲା ।
NCS ଅନୁଯାୟୀ, ସୋମବାର ସନ୍ଧ୍ୟା ୬.୫୦ ରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଅକ୍ଷାଂଶ: ୧୯.୨୧ ଉତ୍ତର, ଦ୍ରାଘିମା: ୭୯.୪୧ ପୂର୍ବ । ଏହାର ଗଭୀରତା ଭୂମି ଭିତରେ ୧୦ କିଲୋମିଟର ଥିଲା ।
ଏହି ଭୂକମ୍ପରେ ଗଙ୍ଗାଧର, ଚୋପପାଣ୍ଡି, ରାମଡୁଗୁ ଏବଂ କରିମନଗର ଜିଲ୍ଲାର ଅନ୍ୟାନ୍ୟ ମଣ୍ଡଳରେ ୩ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ଥରିଥିଲା । ଭୂମିକମ୍ପ ଯୋଗୁଁ କୌଣସି ସମ୍ପତ୍ତି କ୍ଷୟକ୍ଷତି କିମ୍ବା ଆହତ ହେବାର କୌଣସି ଖବର ନାହିଁ ।
EQ of M: 3.8, On: 05/05/2025 18:50:22 IST, Lat: 19.21 N, Long: 79.41 E, Depth: 10 Km, Location: Kumuram Bheem Asifabad,Telangana.
For more information Download the BhooKamp App https://t.co/5gCOtjcVGs @DrJitendraSingh @OfficeOfDrJS @Ravi_MoES @Dr_Mishra1966 pic.twitter.com/G8ybDUxKzT— National Center for Seismology (@NCS_Earthquake) May 5, 2025
ସୂଚନାଯୋଗ୍ୟ, ପାକିସ୍ତାନର ଅନେକ ସହରରେ ଏପ୍ରିଲ ୫ ତାରିଖ ସୋମବାର ଦିନ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ମଧ୍ୟ ପାକିସ୍ତାନରେ ୪.୨ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ଝଟକା ଅପରାହ୍ନ ୪ଟା ୫ ମିନିଟରେ ଆସିଥିଲା । ଭୂକମ୍ପ ଝଟକା ଭୟଭୀତ ହୋଇ ଲୋକ ଘରୁ ବାହାରି ଚାଲିଆସିଥିଲେ । ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା ।
Also Read : ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ, ଭୟରେ ଘରୁ ବାହାରି ଦୌଡିଲେ ଲୋକ