ମିଆଁମାର ପରେ ମେଘାଳୟ, ମଣିପୁରରେ ଭୂକମ୍ପ ଝଟକା, ତୀବ୍ରତା ୪.୦

ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ପରେ ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭାରତର ଦିଲ୍ଲୀ ଏନସିଆର, ମଣିପୁର, ମେଘାଳୟରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଖବର ମୁତାବକ, ଅପରାହ୍ନ ୧.୦୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି । ଏହାସହ ଏହି ବଡ଼ ଭୂମିକମ୍ପ ଯୋଗୁଁ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି, ଯାହାର କେନ୍ଦ୍ରସ୍ଥଳ ସାଗାଇଙ୍ଗ ନିକଟରେ ଥିଲା । ଏହି ଭୂମିକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ ।

Also Read : ଦୁଇ ଥର ଭୂକମ୍ପ ଝଟକାରେ ଥରିଲା ମିଆଁମାର, ତୀବ୍ରତା ୭.୭ ଏବଂ ୭.୨