ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ, ଭୟରେ ଘରୁ ବାହାରି ଦୌଡିଲେ ଲୋକ

ପାକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିବା ରେକର୍ଡ କରାଯାଇଛି । ଭୂକମ୍ପ ଝଟକା ଅପରାହ୍ନ ୪ଟା ୫ ମିନିଟରେ ଆସିଥିଲା । ଭୂକମ୍ପ ଝଟକା ଭୟଭୀତ ହୋଇ ଲୋକ ଘରୁ ବାହାରି ଚାଲିଆସିଥିଲେ ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା ।

କିଛିଦିନ ତଳେ ୨୦୨୫ ଏପ୍ରିଲ ୩୦ ତାରିଖରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରେକର୍ଡ କରାଯାଇଥିଲା ।

ସୂଚନାଯୋଗ୍ୟ, ପାକିସ୍ତାନର ଅନେକ ସହରରେ ଏପ୍ରିଲ ୫ ତାରିଖ ସୋମବାର ଦିନ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭାରତ ଆକ୍ରମଣ ଭୟରେ ଭୟଭୀତ ଥିବା ପରିସ୍ଥିତିରେ ଭୂକମ୍ପର ଝଟକାରେ ପାକିସ୍ତାନବାସୀ ଥରହର ହୋଇଯାଇଛନ୍ତି ।

Also Read : ଛଟପଟ ହେବ ପାକିସ୍ତାନ, ସିନ୍ଧୁ ପରେ ଚେନାବ ନଦୀର ଜଳ ରୋକିଲା ଭାରତ, ବନ୍ଦ କଲା ସବୁ ଗେଟ୍