ଆଣ୍ଡାମାନ ସାଗର ଏବଂ ତଜାକିସ୍ତାନରେ ଭୂମିକମ୍ପ, ୪.୪ ତୀବ୍ରତା ଝଟକାରେ ଥରିଲା ଅଞ୍ଚଳ

ଆଣ୍ଡାମାନ ସାଗରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ୪.୪ ତୀବ୍ରତା ବୋଲି ଜଣାପଡିଛି । ଏହାର ଗଭୀରତା ୭୫ କିମି ରହିଥିଲା । ଆଜି ସକାଳ ୫ଟା ୨୧ ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂମିକମ୍ପରେ କୌଣସି ଧନ-ଜୀବନ ହାନୀ ହୋଇଥିବା ଜଣାପଡିନାହିଁ । ଏହା ପୂର୍ବରୁ ବଙ୍ଗୋପସାଗରରେ ୪.୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜଣାପଡିଛି ।
EQ of M: 4.4, On: 26/03/2025 05:21:37 IST, Lat: 7.50 N, Long: 94.16 E, Depth: 75 Km, Location: Andaman Sea.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/cC5rqDb4jU— National Center for Seismology (@NCS_Earthquake) March 26, 2025
National Center for Seismology ଏହି ସୂଚନା ଅନୁଯାୟୀ, ଗତକାଲି ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୫ ମପାଯାଇଥିଲା । ଏହି ଭୂମିକମ୍ପ ଦକ୍ଷିଣ ଦ୍ୱୀପ ନ୍ୟୁଜିଲାଣ୍ଡର ପଶ୍ଚିମ ତଟରେ ହୋଇଥିଲା ।
EQ of M: 4.3, On: 26/03/2025 07:55:07 IST, Lat: 37.04 N, Long: 71.83 E, Depth: 110 Km, Location: Tajikistan.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/MKrvKR0cu4— National Center for Seismology (@NCS_Earthquake) March 26, 2025
ସେହିପରି ତଜାକିସ୍ତାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୩ ରହିଥିଲା ।
Also Read : ଅଟୋ ଏବଂ ଇ-ରିକ୍ସାରେ ପିଲାମାନେ ଯାଇପାରିବେନି ସ୍କୁଲ, ଏପ୍ରିଲ ୧ରୁ ହେବ ଲାଗୁ