ସକାଳୁ ଥରିଲା ଲଦାଖ, ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଭାରତରେ ସୋମବାର ସକାଳେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଲଦାଖରେ ସକାଳ ୫ଟା ୪୯ ମିନିଟ୍‌ରେ ଭୂମିକମ୍ପର ତୀବ୍ର ଝଟ୍‌କା ଲୋକମାନେ ଅନୁଭବ କରିଥିଲେ ।

ଭାରତରେ ସୋମବାର ସକାଳେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଲଦାଖରେ ସକାଳ ୫ଟା ୪୯ ମିନିଟ୍‌ରେ ଭୂମିକମ୍ପର ତୀବ୍ର ଝଟ୍‌କା ଲୋକମାନେ ଅନୁଭବ କରିଥିଲେ । ନ୍ୟାସନାଲ ସେଣ୍ଟର ଅଫ୍‌ ସେସ୍‌ମୋଲୋଜି ମୁତାବକ, ଲଦାଖରେ ଆସିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ମପାଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି କି ମୃତାହତର ଖବର ନାହିଁ ।

ସକାଳୁ ଲଦାଖର ଲୋକମାନେ ଭୂମିକମ୍ପର ତୀବ୍ର ଝଟ୍‌କା ଅନୁଭବ କରିଥିଲେ । ଏହାପରେ ସମସ୍ତେ ନିଜ ଘରୁ ପଦାକୁ ବାହାରି ଆସିଥିଲେ । କହି ରଖୁଛୁ ଯେ ଆଜି ଏଠାରେ ଭୋଟିଂ ଥିବାବେଳେ ସକାଳେ ଭୂମିକମ୍ପ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ବର୍ତ୍ତମାନ ଲଦାଖରେ ଲୋକସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି ।

ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?

୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି କୌଣସି ଟେବୁଲ୍ କିମ୍ବା ଏହିପରି ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍‌ର ଏକ କୋଣରେ ବସି ଯାଆନ୍ତୁ ।

୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।

୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଦିଅନ୍ତୁ ଏବଂ ଗାଡ଼ି ଭିତରେ ବସି ରୁହନ୍ତୁ ।

୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇପଡ଼ିଛନ୍ତି, ତା’ ହେଲେ ଦିଆସିଲି କେବେ ବି ଜଳାନ୍ତୁ ନାହିଁ । ଏପରି କି, ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।

୫. ଭଗ୍ନାବଶେଷ ତଳେ ଦବି ରହିଥିବା ସ୍ଥିତିରେ କୌଣସି ପାଇପ୍ କିମ୍ବା କାନ୍ଥରେ ହାଲୁକା ହାଲୁକା ବାଡାନ୍ତୁ, ଯାହାଫଳରେ ଉଦ୍ଧାରକାରୀମାନେ ଆପଣଙ୍କ ସ୍ଥିତିକୁ ବୁଝିପାରିବେ । ଯଦି ଆପଣଙ୍କ ପାଖରେ କୌଣସି ହ୍ଵିସିଲ୍‌ ଅଛି, ତାହାକୁ ବଜାନ୍ତୁ ।

୬. ସବୁବେଳେ ଆପଣଙ୍କ ଘରେ ବିପର୍ଯ୍ୟୟ ପ୍ରଶମନ କିଟ୍ ପ୍ରସ୍ତୁତ ରଖନ୍ତୁ ।

Leave A Reply

Your email address will not be published.