ପାପୁଆ ନ୍ୟୁ ଗିନିରେ ଭୂକମ୍ପର ଝଟକା, ତୀବ୍ରତା ଥିଲା ୭.୧

ଆଜି ଅର୍ଥାତ୍ ଶନିବାର ପାପୁଆ ନ୍ୟୁଗିନିରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୟୁରୋପୀୟ ମେଡିଟେରିଆନ୍ ସିସୋମୋଲୋଜିକାଲ୍ ସେଣ୍ଟର (EMSC) ଶନିବାର ଦିନ କହିଛି ଯେ ପାପୁଆ ନ୍ୟୁ ଗିନିର ନ୍ୟୁ ବ୍ରିଟେନ୍ ଅଞ୍ଚଳର ଉପକୂଳରେ ୭.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ବର୍ତ୍ତମାନ କୌଣସି ପ୍ରକାରର କ୍ଷୟକ୍ଷତି ବିଷୟରେ ସୂଚନା ଆସିନାହିଁ । କିନ୍ତୁ ଭୂମିକମ୍ପର ଝଟକା ଲୋକଙ୍କ ମଧ୍ୟରେ ଆତଙ୍କ ସ୍ରୁଷ୍ଟି କରିଛି ।
EMSC କହିଛି ଯେ ଭୂମିକମ୍ପର ଗଭୀରତା ୪୯ କିଲୋମିଟର (୩୦.୪୫ ମାଇଲ) ଥିଲା ଏବଂ ଆମେରିକା ସୁନାମି ଚେତିବନୀ କେନ୍ଦ୍ର ସୁନାମୀ ଚେତାବନୀ ଜାରି କରିଛି ।
ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମ ନେପାଳରେ ତିନି ମିନିଟ୍ ବ୍ୟବଧାନରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସ୍ରୁଷ୍ଟି କରିଥିଲା ।
ନ୍ୟାସନାଲ୍ ସେଣ୍ଟର ଫର ସିସୋମୋଲୋଜି ଅନୁଯାୟୀ, ରାତି ୮:୦୭ ସମୟରେ ଜାଜରକୋଟ ଜିଲ୍ଲାରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ତା’ପରେ ରାତି ୮:୧୦ ସମୟରେ ୫.୫ ତୀବ୍ରତାର ଦ୍ବିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦୁଇଟି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ପାନିକ୍ ଅଞ୍ଚଳ ଜାଜରକୋଟ, ଯାହା କାଠମାଣ୍ଡୁରୁ ପ୍ରାୟ ୫୨୫ କିଲୋମିଟର ପଶ୍ଚିମରେ ଅବସ୍ଥିତ । ନେପାଳ ସହିତ ଉତ୍ତର ଭାରତରେ ମଧ୍ୟ ମୂକିମ୍ପର ଛଟକା ଅନୁଭୂତ ହୋଇଥିଲା ।
ଆପଣଙ୍କୁ କହି ରଖୁଛୁ ଯେ ଗତ ମାସରେ ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ଯେଉଁଥିରେ ବହୁତ ଧନ ଜୀବନ ହାନି ମଧ୍ୟ ହୋଇଥିଲା । ଗୁରୁବାର ଦିନ କିଆଁମାରର ସମାରିକ ସରକାର ସୂଚନା ଦେଇଛନ୍ତି ଯେ ଦେଶରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଏପର୍ଯ୍ୟନ୍ତ ୩,୦୮୫ ଜଣଙ୍କର ମ୍ରୁତ୍ୟୁ ହୋଇଛି । ଏହି ବିପର୍ଯ୍ୟୟରେ ୪,୭୧୫ ଜଣ ଆହତ ହୋଇଥିବାବେଳେ ୩୪୧ ଜଣ ଏବେ ପର୍ଯ୍ୟନ୍ତ ନିଖୋଜ୍ ଅଛନ୍ତି ।