ତାଜାକିସ୍ତାନରେ ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ
ତାଜାକିସ୍ତାନରେ ଭୂମିକମ୍ପ । ଗୁରୁବାର ସକାଳେ ତାଜାକିସ୍ତାନରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ସୂଚନା ମୁତାବକ, ଏହି ଭୂମିକମ୍ପ ଭାରତୀୟ ସମୟ (IST) ଅନୁସାରେ ସକାଳ ୫ଟା ୪୪ ମିନିଟରେ ଆସିଥିଲା ।
ଅକ୍ଷାଂଶ ୩୮.୨୦ ଏନ୍ ଏବଂ ଦ୍ରାଘିମା ୭୨.୮୯ ଇରେ ୧୩୦ କିଲୋମିଟର ଗଭୀରତାରେ ଭୂମିକମ୍ପ ରେକର୍ଡ କରାଯାଇଛି ।
ଏହିପରି ଡିସେମ୍ବର ୨୧ରେ ମଧ୍ୟ ନେପାଳରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮ । ଭାରତୀୟ ସମୟାନୁସାରେ ସକାଳ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଥିଲା । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । କିନ୍ତୁ ଏଥିରେ କୌଣସି ଧନ ଜୀବନ ହାନି ହୋଇ ନ ଥିଲା ।
EQ of M: 4.5, On: 26/12/2024 05:44:59 IST, Lat: 38.20 N, Long: 72.89 E, Depth: 130 Km, Location: Tajikistan.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/BH6OH9NYEk— National Center for Seismology (@NCS_Earthquake) December 26, 2024
ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?
୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି ଟେବୁଲ୍ କି ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍ର ଏକ କୋଣରେ ଯାଇ ବସନ୍ତୁ ।
୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।
୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଭିତରେ ବସି ରୁହନ୍ତୁ ।
୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇ ପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।