ପୁଣି ଥରିଲା ତାଜିକିସ୍ତାନ, ଗତ ୩୬ ଘଣ୍ଟା ମଧ୍ୟରେ ୩ଥର ଭୂକମ୍ପ ଝଟକା ଅନୁଭୂତ

ତାଜିକିସ୍ତାନରେ ପୁଣି ଭୂକମ୍ପ ଝଟକା । ୪.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଏହା ଭୂମିର ୧୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଥିଲା । ଗତ ରାତିରେ ପୁଣି ଏହି ଝଟକା ଅନୁଭୂତ ହୋଇଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରବିବାର ତାଜିକିସ୍ତାନରେ ଆଉ ଦୁଇଟି ଭୂମିକମ୍ପ ରେକର୍ଡ କରାଯାଇଥିଲା । ପ୍ରଥମ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା । ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା । ଦୁଇଟି ଭୂମିକମ୍ପ ଭୂମିରୁ ୧୦ କିଲୋମିଟର ତଳେ ହୋଇଥିଲା ।

ଭାରତର କଶ୍ମୀର ଅଞ୍ଚଳ ସହିତ, ମଣ୍ଡି, ପାକିସ୍ତାନ, ତାଜିକିସ୍ତାନ, ଟୋଙ୍ଗା ଏବଂ ପାପୁଆ ନ୍ୟୁଗିନିରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପଗୁଡ଼ିକର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ରୁ ୬.୦ ମଧ୍ୟରେ ରହିଥିଲା । ତାଜିକିସ୍ତାନ ଏବଂ ପାକିସ୍ତାନରେ ଭୂମିକମ୍ପର ଝଟକା ବହୁତ ଶକ୍ତିଶାଳୀ ଥିଲା ।

ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଏସିଆର ଅନେକ ଦେଶରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ୨୮ ମାର୍ଚ୍ଚରେ ମିଆଁମାରରେ ଏକ ବଡ଼ ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ତାଜିକିସ୍ତାନରେ ୬.୧ ତୀବ୍ରତାର ଭୂକମ୍ପ ଏବଂ ମିଆଁମାରରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଜନିତ କ୍ଷୟକ୍ଷତି କିଛି ଆକଳନ କରାଯାଇନାହିଁ । ପାକିସ୍ତାନର ରାୱଲପିଣ୍ଡି ଠାରୁ ଉତ୍ତର ପଶ୍ଚିମ ୬୦ କିମି ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୫.୮ ରହିଥିଲା ।

Also Read : ମିଆଁମାର ପରେ ଭୂକମ୍ପରେ ଥରିଲା ତାଜିକିସ୍ତାନ, ତୀବ୍ରତା ୬.୧