ଆଣ୍ଡମାନ ସମୁଦ୍ରରେ ଭୂକମ୍ପ, ସାନ୍ଦ୍ରତା ୪.୬ , ନିଆଁରେ ଜଳୁଛି ଶିମଳା ଜଙ୍ଗଲ

ନୂଆଦିଲ୍ଲୀ : ଆଣ୍ଡମାନ ସାଗରେ ଭୂକମ୍ପ ହୋଇଥିବା ଜଣାଯାଇଛି । ଏହି ଘଟଣା ଦିନ ୨ଟା ୪୧ ମିନିଟରେ ହୋଇଛି । ରିକ୍ଟର ସ୍କେଲରେ ଏହାର ସାନ୍ଦ୍ରତା ଥିଲା ୪.୬ । ନେସନାଲ ସେଣ୍ଟର ଫର ସେସମୋଲୋଜି ବଭାଗ ଏହି ସୂଚନା ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭୂକମ୍ପ ଆଣ୍ଡମାନ ସାଗର ୪୦ କିମି ଗଭୀରତାରେ ଅନୁଭୁତ ହୋଇଛି । ସୋମବାର ୯ ମଇରେ ରାତି ୧.୧୧ ରେ ଭୂକମ୍ପ ହୋଇଥିଲା ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୪ । ଏହାଛଡ଼ା ଭାରତର ହିମାଚଳ ପ୍ରଦେଶର ସିମଳା ଜଙ୍ଗଲରେ ନିଆଁ ଲାଗିଛି । ତାପମାତ୍ରା ବଢ଼ିବା କାରଣରୁ ଜଙ୍ଗଲରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । କିଛି ଦିନ ପୂର୍ବେ କସୋଲ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିଲା । ଏହାକୁ ଲିଭାଇବା ପାଇଁ ଭାରତୀୟ ସେନାଙ୍କ ସହାୟତା ନିଆଯାଇଥିଲା । କିଛି ସ୍ଥାନୀୟ ଲୋକେ ନିଆଁରେ ଫଶି ଯାଇଥିଲେ । ଯାହାଙ୍କୁ ଯବାନମାନେ ରକ୍ଷା କରିଥିଲେ ।