୫.୮ ତୀବ୍ରତାର ଭୂମିକମ୍ପରେ ଥରିଲା ପାକିସ୍ତାନ, ଘରୁ ବାହାରକୁ ଦୌଡ଼ି ଆସିଲେ ଲୋକେ

ପାକିସ୍ତାନରେ ହୋଇଛି ଭୂମିକମ୍ପ । ଭୂମିକମ୍ପର ତୀବ୍ରତା ୫.୮ ରହିଛି ।  ଭୂମି ଥରିବା ଅନୁଭବ କରି ଲୋକମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ  ।  କିଛି ସମୟ ମଧ୍ୟରେ ରାସ୍ତାରେ ବହୁ ସଂଖ୍ୟକ ଲୋକ ଏକାଠି ହେଲେ ।  ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ର ସୂଚନା ଅନୁସାରେ ଅପରାହ୍ନ ୧ଟାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷତି ବିଷୟରେ କୌଣସି ସୂଚନା ନାହିଁ ।  ଅନ୍ୟାନ୍ୟ ବିବରଣୀ ଅପେକ୍ଷା କରାଯାଇଛି ।

କୁହାଯାଉଛି ଯେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖାଯାଇଥିଲା ।  ଭୂମିକମ୍ପର କେନ୍ଦ୍ରସ୍ଥଳ ପଞ୍ଜାବର ଅମୃତସରରୁ ୪୧୫ କିଲୋମିଟର ପଶ୍ଚିମରେ ବୋଲି କୁହାଯାଉଛି ।  ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର (୬.୨୧ମାଇଲ) ଗଭୀରତାରେ ଥିଲା ।

ଭୂମିକମ୍ପର କେନ୍ଦ୍ରସ୍ଥଳ ରାୱଲପିଣ୍ଡିର ଉତ୍ତର-ପଶ୍ଚିମରେ ୬୦ କିଲୋମିଟର ଦୂରରେ ଭୂମିପୃଷ୍ଠରୁ ୧୨ କିଲୋମିଟର ଗଭୀରତାରେ ଥିଲା ।  ଏହାର ତୀବ୍ରତା ୫.୫ ବୋଲି ରିପୋର୍ଟ କରାଯାଇଥିଲା । ପଞ୍ଜାବର ଆଟକ୍, ଚକୱାଲ ଏବଂ ମିଆଁୱାଲି ଜିଲ୍ଲା ଏବଂ ସଂଲଗ୍ନ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା ।   ଏହା ବ୍ୟତୀତ ଖାଇବର ପଖତୁନଖ୍ୱା ପ୍ରଦେଶର ପେଶାୱର, ମର୍ଦାନ, ମହମ୍ମଦ ଏବଂ ଶବକଦରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି  ।  ପାକିସ୍ତାନରେ ବିଭିନ୍ନ ତୀବ୍ରତାର ଭୂମିକମ୍ପ  ହୋଇଥାଏ  । ୨୦୦୫ ମସିହାରେ ସବୁଠାରୁ ଭୟଙ୍କର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୭୪,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ପୁର୍ବରୁ ଏପ୍ରିଲ ୯ ତାରିଖରେ ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ।  କେନ୍ଦ୍ରୀୟ ପାଣିପାଗ ବିଭାଗ ଭୂମିକମ୍ପର ତୀବ୍ରତା ୫.୮ ମାପ କରିଛି ।  ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ୫.୦ତୀବ୍ରତାର ଭୂମିକମ୍ପ ଉତ୍ତର-ପୂର୍ବ ଉପକୂଳରେ ୟିଲାନର ଦକ୍ଷିଣ-ଦକ୍ଷିଣପୂର୍ବରେ ପ୍ରାୟ ୨୧ କିଲୋମିଟର (୧୨ ମାଇଲ) ଅନୁଭୂତ ହୋଇଥିଲା ।  ଏହାର କେନ୍ଦ୍ରସ୍ଥଳ ଭୂମିପୃଷ୍ଠରୁ ୬୯  କିଲୋମିଟର (୪୩ ମାଇଲ) ତଳେ ଥିଲା ।

ଜମ୍ମୁ-କାଶ୍ମୀର ସମେତ ଭାରତର ଅନ୍ୟ କିଛି ସ୍ଥାନରେ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ନାହିଁ । ପାକିସ୍ତାନରେ ଭୂମିକମ୍ପ ହେବା ପୂର୍ବରୁ, ୪ ଏପ୍ରିଲରେ ନେପାଳରେ ଏବଂ ୯ ଏପ୍ରିଲରେ ତାଇୱାନରେ ଭୂମିକମ୍ପ ହୋଇଥିଲା । ଏହାର ପ୍ରଭାବ ଉତ୍ତର ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା ।  ପ୍ରଥମ ଭୂମିକମ୍ପର ତୀବ୍ରତା ୫.୨ ଏବଂ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୫.୫ ବୋଲି ରିପୋର୍ଟ କରାଯାଇଛି। ଏହା ପୂର୍ବରୁ, ମାର୍ଚ୍ଚ ୨୮ ତାରିଖରେ ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।

Also read: ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୮ ରେକର୍ଡ