ମିଆଁମାର ଓ ଥାଇଲ୍ୟାଣ୍ଡ ପରେ ଟୋଙ୍ଗାରେ ଭୟଙ୍କର ଭୂକମ୍ପ, ସୁନାମି ସତର୍କତା ଜାରି

ପ୍ରକୃତି ରଚିଛି ତାଣ୍ଡବଲୀଳା । ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପ ପରେ ଟୋଙ୍ଗାରେ ଭୟଙ୍କର ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ତଥାପି, ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ।
ସୂଚନା ଅନୁଯାୟୀ, ଟୋଙ୍ଗାରେ ଭୂକମ୍ପ ପରେ ପ୍ରଶାନ୍ତ ମହାସାଗରର ଏହି ଦ୍ୱୀପ ପାଇଁ ସୁନାମି ସତର୍କତା ଜାରି କରାଯାଇଛି । ପ୍ରଶାନ୍ତ ମହାସାଗରରେ ଟୋଙ୍ଗା ନିକଟରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି, ଯାହା ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶ ପାଇଁ ସୁନାମି ଆସିବାର ଆଶଙ୍କା ସୃଷ୍ଟି କରିଛି । ପ୍ରଶାନ୍ତ ମହାସାଗର ସୁନାମୀ ଚେତାବନୀ କେନ୍ଦ୍ର, ଚେତାବନୀ ଜାରି କରି କହିଛି ଯେ ଭୂକମ୍ପ କେନ୍ଦ୍ରରୁ ୩୦୦ କିଲୋମିଟର ଯାଏଁ ବଡ଼ ବଡ଼ ଜୁଆର ଉଠିବା ଆଶଙ୍କା ରହିଛି । ସେପଟେ ଟୋଙ୍ଗାର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଉପକୂଳ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଲୋକଙ୍କୁ ସମୁଦ୍ର ତଟ ଓ ବେଳାଭୂମି ଠାରୁ ଦୂରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ, ମୁଖ୍ୟ ଦ୍ୱୀପରୁ ପ୍ରାୟ ୬୨ମାଇଲ ଉତ୍ତର-ପୂର୍ବରେ ୬.୧ ତୀବ୍ରତାର ଭୂମିକମ୍ପ ଆସିଥିଲା ।
EQ of M: 6.1, On: 30/03/2025 20:34:58 IST, Lat: 20.37 S, Long: 174.16 W, Depth: 10 Km, Location: Tonga Islands.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/FbPWX5YXlL— National Center for Seismology (@NCS_Earthquake) March 30, 2025
ଏଥିସହ ସୁନାମୀ ମୁକାବିଲା ପାଇଁ ଟୋଙ୍ଗା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଉପକୂଳର ତଳିଆ ଅଞ୍ଚଳ ଲୋକଙ୍କୁ ସୁନାମୀ ବିପଦ ଟଳିବା ଯାଏଁ ସୁରକ୍ଷିତ ଓ ଉଚ୍ଚସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଷ୍ଟ୍ରେଲିଆ ଠାରୁ ୩୫ ଶହ କିଲୋମିଟର ଦୂରରେ ଥିବା ଟୋଙ୍ଗା ଦ୍ୱୀପର ମୋଟ ଜନସଂଖ୍ୟା ୧ ଲକ୍ଷରୁ ଅଧିକ ଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, ମିଆଁମାରରେ ଶୁକ୍ରବାର ଏକ ଭୂମିକମ୍ପ ପରେ ଟୋଙ୍ଗା ଭୂମିକମ୍ପ ହୋଇଛି, ଯେଉଁଥିରେ ଅତି କମରେ ୧,୭୦୦ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୩,୦୦୦ ରୁ ଅଧିକ ଆହତ ହୋଇଛନ୍ତି। ଉଦ୍ଧାର ପ୍ରୟାସ ଜାରି ରହିଛି ।
Also Read : ମିଆଁମାର ଭୂକମ୍ପ : ମୃତ୍ୟୁ ସଂଖ୍ୟା ୧୭୦୦ କୁ ବୃଦ୍ଧି, ୩୪୦୦ ନିଖୋଜ