ଭୂକମ୍ପ ଆସିବାର ପ୍ରକୃତ କାରଣ କ’ଣ? ଭାରତ ପାଇଁ ଏହା କେତେ ବିପଦପୂର୍ଣ୍ଣ? 

ପୃଥିବୀ ଭିତରେ ୭ଟି ପ୍ଲେଟ୍ ଅଛି, ଯାହା କ୍ରମାଗତ ଭାବରେ ଘୂର୍ଣ୍ଣନ କରେ। ଯେତେବେଳେ ଏହି ପ୍ଲେଟଗୁଡ଼ିକ ପରସ୍ପର ସହିତ ମାଡ଼ ହୁଏ ସେତେବେଳ ଭୂମି ଥରି ଉଠେ , ଏହାକୁ ଭୂମିକମ୍ପ କୁହାଯାଏ।

ଗତ କିଛି ଦିନ ହେବ ଭୂମିକମ୍ପର ଖବର ସମସ୍ତଙ୍କୁ ଭୟଭୀତ କରି ରଖିଛି। ସେମିତିରେ ତ ପ୍ରତିବର୍ଷ ଦୁନିଆରେ କେଉଁଠି ନା କେଉଁଠି ଭୂକମ୍ପ ହୋଇଥାଏ। ତେବେ ବି ବନ୍ୟା ବାତ୍ୟା ଭଳି ପୂର୍ବନୁମାନ ଭୂମିକମ୍ପ କ୍ଷେତ୍ରରେ କରାଯାଇପାରେ ନାହିଁ। କାରଣ ଭୂମିକମ୍ପ ଏକ ଏଭଳି ପ୍ରାକୃତିକ ଦୁର୍ବିପାକ ଯାହାର ପୂର୍ବାନୁମାନ କରାଯାଇପାରେନି। ହଁ କିଛି ରିସର୍ଚ୍ଚର ଅଛନ୍ତି ଯେଉଁମାନେ ଏହା ସମ୍ପର୍କରେ ରିସର୍ଚ୍ଚ କରି କିଛି ଚେତାବନୀ ଦେଇଥାନ୍ତି। ତେଣୁ ଜଣେ ବ୍ୟକ୍ତି ଚାହିଁଲେ ବି ପୂର୍ବ ପ୍ରସ୍ତୁତି କରିବ ବି କେମିତି?

ଗତ ମଙ୍ଗଳବାର ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନରେ ଥିଲା ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୬ ରହିଥିଲା। ଏହା ପୂର୍ବରୁ ତୁର୍କୀ ସମେତ ଲେବାନନ, ସିରିୟା ଓ ଇସ୍ରାଏଲରେ ଭୟଙ୍କର ଭୂମିକମ୍ପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରାଇ ଦେଇଥିଲା। ଏହି ପ୍ରାକୃତିକ ଦୁର୍ବିପାକରେ ଏ ପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନୀ ଘଟିଥିଲା। ସେହିପରି ଆଜି ଜାପାନ ରେ ପୁଣି ଠାରେ ଭୂମିକମ୍ପ ହୋଇଛି। ଆଜି ଆମେ ଆପଣଙ୍କୁ କହିବୁ ଏହି ଭୂମିକମ୍ପର ପ୍ରକୃତ କାରଣ। କଣ ପାଇଁ ଏପରି ଘଟିଥାଏ। ଆଉ ଏହାର ପ୍ରଭାବ କେଉଁଠି ବେଶି ମାତ୍ରାରେ ରହିଛି।

ପୃଥିବୀ ଭିତରେ ୭ଟି ପ୍ଲେଟ୍ ଅଛି, ଯାହା କ୍ରମାଗତ ଭାବରେ ଘୂର୍ଣ୍ଣନ ପ୍ରକ୍ରିୟା ଜାରି ରହିଥାଏ। ଯେତେବେଳେ ଏହି ପ୍ଲେଟଗୁଡ଼ିକ ଅଧିକ ବେଗରେ ଗତି କରେ, ସେହି ସମୟରେ ଏକ ଭୂକମ୍ପନ ସୃଷ୍ଟି ହୋଇଥାଏ ଯାହାକୁ ଆମେ ଭୂମିକମ୍ପ ବୋଲି କହିଥାଉ। ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ।

ପୃଥିବୀ ଚାରୋଟି ସ୍ତରରେ ଗଠିତ। ଭିତର କୋର, ବାହ୍ୟ କୋର, ମେଣ୍ଟ ଏବଂ କ୍ରଷ୍ଟ। କ୍ରଷ୍ଟ ଏବଂ ଉପର ମେଣ୍ଟାଲ୍ କୋରକୁ ଲିଥୋସ୍ଫିୟର୍ କୁହାଯାଏ। ୫୦ କିଲୋମିଟର ଏହି ମୋଟା ସ୍ତରକୁ ଏକାଧିକ ଭାଗରେ ବିଭକ୍ତ କରାଯାଇଛି। ଯାହାକୁ ଟେକ୍ଟୋନିକ୍ ପ୍ଲେଟ୍ କୁହାଯାଏ । ପୃଥିବୀ ଭିତରେ ୭ଟି ପ୍ଲେଟ୍ ଅଛି, ଯାହା କ୍ରମାଗତ ଭାବରେ ଘୂର୍ଣ୍ଣନ କରେ। ଯେତେବେଳେ ଏହି ପ୍ଲେଟଗୁଡ଼ିକ ପରସ୍ପର ସହିତ ମାଡ଼ ହୁଏ ସେତେବେଳ ଭୂମି ଥରି ଉଠେ , ଏହାକୁ ଭୂମିକମ୍ପ କୁହାଯାଏ।

କେମିତି ମପା ଯାଏ ଭୂକମ୍ପ ତୀବ୍ରତା ?

ରିକ୍ଟର ସ୍କେଲ ଦ୍ୱାରା ଭୂକମ୍ପ ମାପ କରାଯାଏ। ଏହାକୁ ରିକ୍ଟର ମ୍ୟାଗ୍ନିଚ୍ୟୁଡ୍ ଟେଷ୍ଟ ସ୍କେଲ୍ କୁହାଯାଏ। ଭୂମିକମ୍ପକୁ ଆମେ ସିସ୍‌ମୋମିଟର ଦ୍ୱାରା ମାପିଥାଉ । ମୋମେଣ୍ଟ ମ୍ୟାଗ୍‌ନିଚ୍ୟୁଡ୍ ଅତି ସାଧାରଣ ସ୍କେଲ୍‌ ଯେଉଁଥିରେ ଭୂମିକମ୍ପ ମାନ‌କ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନ‌କ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍‌ରେ ମ‌ପାଯାଏ ଯାହାକୁ ରିଟର ମ୍ୟାଗ୍‌ନିଚ୍ୟୁଡ୍ ସ୍କେଲ କୁହାଯାଏ । ମାନ‌କ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନ‌କ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୁଏ । ଭୂକମ୍ପର ମାତ୍ରାକୁ ଏହାର କେନ୍ଦ୍ର ଠାରୁ ମପାଯାଏ। ଭୂକମ୍ପ ସମୟରେ ପୃଥିବୀ ଭିତରୁ ବାହାରୁଥିବା ଶକ୍ତିକୁ ଆଧାର କରି ଏହାର ତୀବ୍ରତା ମପା ଯାଏ । ଭୂକମ୍ପର ତୀବ୍ରତା ଭୂକମ୍ପରୁ ଉତ୍ପନ୍ନ ଶକ୍ତି ତରଙ୍ଗ ଦ୍ୱାରା ମପାଯାଇଥାଏ। ଏହି ତରଙ୍ଗଗୁଡ଼ିକ ଶହ ଶହ କିଲୋମିଟର ପର୍ଯ୍ୟନ୍ତ କମ୍ପିତ ହୁଏ ଏବଂ ପୃଥିବୀରେ ଫାଟ ସୃଷ୍ଟି କରେ। ଭୂକମ୍ପର କେନ୍ଦ୍ରସ୍ଥଳ ହେଉଛି ସେହି ସ୍ଥାନ ଯେଉଁଠାରେ ପ୍ଲେଟଗୁଡ଼ିକ ପରସ୍ପର ସହିତ ମାଡ଼ ହୁଏ। ଏହି ସ୍ଥାନରେ ଭୂକମ୍ପ କମ୍ପନ ଅଧିକ ଥାଏ ।

ଭାରତ କଥା କହିଲେ ଭାରତୀୟ ପ୍ଲେଟ ହିମାଳୟରୁ ଆଣ୍ଟାର୍କଟିକ୍ ପର୍ଯ୍ୟନ୍ତ ବିସ୍ତାରିତ। ଏହା ପାକିସ୍ତାନ ସୀମାକୁ ସ୍ପର୍ଶ କରେ। ଭୌଗୋଳିକ ଦୃଷ୍ଟିରୁ ଏହା ହିମାଳୟର ଦକ୍ଷିଣରେ ଅଛି। କିନ୍ତୁ ୟୁରାସିଆନ୍ ପ୍ଲେଟ୍ ହିମାଳୟର ଉତ୍ତରରେ ଅଛି। ଭାରତୀୟ ପ୍ଲେଟ୍ ଉତ୍ତର-ପୂର୍ବ ଦିଗରେ ଇଉରାସିଆନ୍ ପ୍ଲେଟ୍ ଆଡକୁ ଗତି କରୁଛି ଯେଉଁଠାରେ ଚୀନ୍ ଓ ଅନ୍ୟ ଦେଶ ଅବସ୍ଥିତ। ଯଦି ଏହି ପ୍ଲେଟଗୁଡିକ ଧକ୍କା ହୁଏ, ତେବେ ଭୂକମ୍ପର କେନ୍ଦ୍ର ଭାରତରେ ହେବ।

ଭୂକମ୍ପ ହେବାର ଆଶଙ୍କା ଅନୁଯାୟୀ ଭାରତକୁ ଚାରୋଟି ଜୋନରେ ବିଭକ୍ତ କରାଯାଇଛି। ଦ୍ୱିତୀୟ ଜୋନରେ ଦକ୍ଷିଣ ଭାରତୀୟ ଅଞ୍ଚଳ ଯାହା ପ୍ରତି ବିପଦ ସବୁଠାରୁ କମ ରହିଛି। ସେହିପରି ତିନି ନମ୍ବର ଜୋନରେ କେନ୍ଦ୍ର ଭାରତ ରହିଛି। ସେହିପରି ଜୋନ ଚାରିରେ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଞ୍ଚଳ ରହିଛି। ସେହିପରି ପାଞ୍ଚ ନମ୍ବର ଜୋନରେ ହିମାଳୟ , ଉତ୍ତର ପୂର୍ବ ଅଞ୍ଚଳ ରହିଛି। ତେବେ ପାଞ୍ଚ ନମ୍ବର ଜୋନରେ ସବୁଠାରୁ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳ ବୋଲି ଜଣାଯାଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.