ଆଫଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ: ୨୫୫ରୁ ଅଧିକ ମୃତ, ଅନେକ ଆହତ

ଆଫଗାନିସ୍ତାନ: ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ବଡ଼ ଧରଣର ଭୂମିକମ୍ପରେ ୨୫୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଛି ୬.୧।

ଦକ୍ଷିଣ ପୂର୍ବ ଖୋସଟ୍‌ ସହରରୁ ୪୪ କିମି ଦୂରରେ ଭୂକମ୍ପ ଅନୁଭୂତ ହୋଇଛି। ପାକିସ୍ତାନର କିଛି ସ୍ଥାନରେ ମଧ୍ୟ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ଅନେକ ବଡ଼ ବଡ଼ କୋଠା ଭୁଷୁଡି ପଡିଛି। ଯାହାଫଳରେ ତଳେ ଚାପି ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି।