ଦିଲ୍ଲୀରେ ଭୂକମ୍ପର ବଡ଼ ଧରଣର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୦

ଦିଲ୍ଲୀ : ଦିଲ୍ଲୀରେ ଭୂକମ୍ପ ।  ଦିଲ୍ଲୀ ଏନସିଆରରେ ଭୂମିକମ୍ପର ବଡ଼ ଧରଣର ଝଟକା ଅନୁଭୂତ ହୋଇଛି ।  ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୦ ।  ଧୋଲାକୁଆଁ ନିକଟରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ।  ଆଜି ସକାଳ ୫ଟା ୩୫ରେ ଭୂକମ୍ପ ହୋଇଥିଲା ।  ନୋଏଡ଼ା, ଫରିଦାବାଦ, ରୋହତକ ଓ ଗୁରୁଗ୍ରାମରେ ଭୂକମ୍ପ ହୋଇଛି। ଦିଲ୍ଲୀ ସମେତ ୟୁପି ଓ ହରିୟାଣାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ ଲୋକ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

କିଛି ଦିନ ପୂର୍ବରୁ ଭୂକମ୍ପରେ ଥରିଥିଲା ମିଆଁମାର । ମିଆଁମାରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୮ ଥିଲା । ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ବଡ଼ ଧରଣର ଭୂକମ୍ପ ହୋଇଥିଲେ ମଧ୍ୟ କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ନଥିଲା । ବିଳମ୍ବିତ ରାତିରେ ହୋଇଥିବା ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖବର ମୁତାବକ, ରାତି ପ୍ରାୟ ୧ଟା ସମୟରେ ଭୂମିକମ୍ପ ଝଟକା ହୋଇଥିଲା । ଭୂମିକମ୍ପ ପରେ ଲୋକେ ଭୟରେ ଘରୁ ବାହାରକୁ ପାଳାଇ ଆସିଥିଲେ ।

Also read: ମିଆଁମାର ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ଶୋଇଥିବା ବେଳେ ଥରିଲା ମାଟି