ଦୁଇ ଥର ଭୂକମ୍ପ ଝଟକାରେ ଥରିଲା ମିଆଁମାର, ତୀବ୍ରତା ୭.୭ ଏବଂ ୭.୨

ମିଆଁମାରରେ ୭.୨ ତୀବ୍ରତାର ଭୂକମ୍ପ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁସାରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ଝଟକା ଏତେ ଶକ୍ତିଶାଳୀ ଯେ, ଏହାର ଝଟକା ଦିଲ୍ଲୀ ଏନସିଆର ଯାଏଁ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀରତା ରହିଥିଲା । ତେବେ ବର୍ତ୍ତମାନ ସୁଦ୍ଧା କିଛି କ୍ଷୟକ୍ଷତି ରିପୋର୍ଟ ଆସିନାହିଁ ।

ତେବେ ଥରେ ନୁହେଁ ଦୁଇ ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ୧୧.୫୦ରେ ଏବଂ ୧୨ଟାରେ ତୀବ୍ରତା ଭୂକମ୍ପ ଆସିଛି । ଭୂକମ୍ପ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପର ଝଟକା ଥାଇଲାଣ୍ଡର ରାଜଧାନୀ ବ୍ୟାକଂକରେ ମଧ୍ୟ ଅନୁଭୂତ ହୋଇଛି ।


ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି । ଏହାସହ ଏହି ବଡ଼ ଭୂମିକମ୍ପ ଯୋଗୁଁ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି, ଯାହାର କେନ୍ଦ୍ରସ୍ଥଳ ସାଗାଇଙ୍ଗ ନିକଟରେ ଥିଲା । ଏହି ଭୂମିକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ । ଭୂମିକମ୍ପର ପ୍ରଭାବରେ ଅନେକ କୋଠା ଦୋହଲିବା ପରେ ସେମାନଙ୍କୁ ଖାଲି କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ରିପୋର୍ଟ ମିଳିନାହିଁ ।

Also Read : ଇଜିପ୍ଟ : ବୁଡ଼ିଲା ସବମରିନ, ୬ ମୃତ, ୨୯ ଉଦ୍ଧାର