ଇଜ୍ ଅଫ୍ ଡୁଇଂ ବିଜିନେସ୍ ର‍୍ୟାଙ୍କରେ ଆନ୍ଧ୍ର ପ୍ରଦେଶର ସ୍ଥାନ ପ୍ରଥମ

ଆନ୍ଧ୍ରପ୍ରଦେଶ: ବ୍ୟବସାୟ ପାଇଁ ଆନ୍ଧ୍ର ପ୍ରଦେଶରେ ସବୁଠୁ ଅନୁକୂଳ ପରିବେଶ। ଆନ୍ଧ୍ର ପ୍ରଦେଶ ‘ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ର‍୍ୟାଙ୍କ’ର ଏକ୍‌ ନମ୍ବର ସ୍ଥାନରେ ରହିଛି। ୯୮ଦଶମିକ ୪୨ ପ୍ରତିଶତ ସ୍କୋର୍‌ କରି ସବୁଠୁ ଆଗରେ ରହିଛି ଆନ୍ଧ୍ର ପ୍ରଦେଶ। ଦ୍ୱିତୀୟରେ ତେଲେଙ୍ଗାନା ଥିବାବେଳେ ତୃତୀୟ ସ୍ଥାନରେ ରହିଛି ହରିଆଣା। ୯୨ ଦଶମିକ ୦୯ ପ୍ରତିଶତ ସ୍କୋର କରି ୧୪ ତମ ସ୍ଥାନରେ ରହିଛି ଓଡ଼ିଶା। ଝାଡଖଣ୍ଡ ଏବଂ ଛତିଶଗଡ ମଧ୍ୟ ଓଡ଼ିଶା ଉପରେ ଅଛନ୍ତି।

ଶୂନ୍‌ ପ୍ରତିଶତ ସହ ଶେଷ ସ୍ଥାନରେ ରହିଛି ମେଘାଳୟ। ୧୫ଟି ରାଜ୍ୟ ୯୦ ପ୍ରତିଶତ ଉପରେ ସ୍କୋର କରିଛନ୍ତି। ବିଶ୍ୱ ବ୍ୟାଙ୍କ ଏବଂ ଡିପାର୍ଟମେଣ୍ଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ପଲିସି ଆଣ୍ଡ ପ୍ରମୋସନ- ଡିଆଇପିପି ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ପୁଞ୍ଜି ନିବେଶ ଏବଂ ଅନୁକୂଳ ବ୍ୟାବସାୟିକ ବାତାବରଣ ସୃଷ୍ଟି କରିବା କ୍ଷେତ୍ରରେ ଏହି ର‍୍ୟାଙ୍କ ନିର୍ଦ୍ଧାରଣ ହୋଇଥାଏ।

Leave A Reply

Your email address will not be published.