କୁକୁଡାରୁ ନୁହେଁ ଗଛରୁ ପ୍ରସ୍ତୁତ ଅଣ୍ଡା ଖାଆନ୍ତୁ, ସ୍ବାଦ କହିଲେ ନସରେ
ଆପଣ ପ୍ରାୟତଃ ଡାକ୍ତର ମାନଙ୍କୁ ପ୍ରତିଦିନ ଅଣ୍ଡା ଖାଇବାକୁ ଉପଦେଶ ଦେଉଥିବାର ଶୁଣିଥିବେ । କାରଣ ଖାଦ୍ୟ ଖାଉଥିବା ସାଧା ଭୋଜନ ଅପେକ୍ଷା ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ । ଯାହା ଶରୀରକୁ ଫାଇଦା ପହଁଚାଇଥାଏ । ଅଣ୍ଡାରୁ ମିଳୁଥିବା ପୋଷକ ତତ୍ତ୍ବ କେବଳ ଆମିଷ ଖାଉଥିବା ବ୍ୟକ୍ତି ହିଁ ପାଇଥାନ୍ତି । ଅନ୍ୟପଟେ ନିରାମିଷ ଆହରଣ କରୁଥିବା ବ୍ୟକ୍ତି ଏହି ପୋଷକ ତତ୍ତ୍ବରୁ ବଞ୍ଚିତ ରୁହନ୍ତି । କିନ୍ତୁ ଏବେ ଏହାର ଫାଇଦା ନିରାମିଷ ଖାଉଥିବା ଲୋକ ମଧ୍ୟ ଉଠାଇପାରିବେ । ଏମାନେ ମଧ୍ୟ ଏବେ ନିରାମିଷ ଅଣ୍ଡା ଖାଇବାର ସୁଯୋଗ ପାଇପାରିବେ।
ଏହାସହ ପଢନ୍ତୁ :
୧୩ ଜଣଙ୍କୁ ଅଣ୍ଡରୱେୟାର ଏବଂ ଗଞ୍ଜି ପିନ୍ଧାଇ ଖାଲିପାଦରେ ପରେଡ୍ କରାଇଲା ରାଜସ୍ଥାନ ପୋଲିସ୍, ଜାଣନ୍ତୁ ଏହାପଛର କାରଣ
ଆସନ୍ତୁ ଜାଣିବା କେଉଁଠାରେ ଏବଂ କେମିତି କରାଯାଉଛି ଏହି ନିରାମିଷ ଅଣ୍ଡା :
ଆଇଆଇଟି ଦିଲ୍ଲୀରେ ୩ୟ ଉଦ୍ୟୋଗ ଦିବସରେ ଗଛରୁ ପ୍ରସ୍ତୁତ ହୋଇଥିବା ସାକାହାରୀ ଅଣ୍ଡାକୁ ପ୍ରଦର୍ଶିତ କରାଯାଇଥିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଅଣ୍ଡାକୁ ଚାଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅଣ୍ଡା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମସୁର ଡାଲିରୁ ତିଆରି ଏହି ଅଣ୍ଡା ମାଂସାହାରୀ ଖାଇବାର ବିକଳ୍ପ ରୁପେ ଅଣାଯାଇଛି । ଏହାର ସ୍ବାଦ ପୁରା ଅସଲ ଅଣ୍ଡାର ସ୍ବାଦ ପରି । ଏହା ବ୍ୟତିତ ଏହି ପ୍ରଦର୍ଶନୀରେ ବୁଲେଟପ୍ରୁଫ୍ ଜ୍ୟାକେଟ ସମେତ ପାଖାପାଖି ୨୦୦ ନବନିର୍ମିତ ଉତ୍ପାଦ ପ୍ରଦର୍ଶିତ କରାଯାଇଥିଲା । କିନ୍ତୁ ମସୁର ଡାଲିରୁ ପ୍ରସ୍ତୁତ ହୋଇଥିବା ସାକାହାରୀ ଅଣ୍ଡା ସମସ୍ତଙ୍କ ଉପରେ ଭାରି ପଡିଥିଲା ।