ଜଣେ ବ୍ୟକ୍ତି ଗୋଟେ ଦିନରେ ୫ ଗ୍ରାମରୁ ଅଧିକ ଲୁଣ ଖାଇବା କଥା ନୁହେଁ: WHO

କଥାରେ ଅଛି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି । ତେବେ ସେହି ଲୁଣ ନେଉଛି ଜୀବନ । ଅଧିକ ଲୁଣ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ବିପଦ । ଲୁଣକୁ ନେଇ ଆସିଲା ଚିନ୍ତାଜନକ ରିପୋର୍ଟ । ଆବଶ୍ୟକତାରୁ ଅଧିକ ଲୁଣ ଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

କେନ୍ୟୁଜ୍: କଥାରେ ଅଛି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି । ତେବେ ସେହି ଲୁଣ ନେଉଛି ଜୀବନ । ଅଧିକ ଲୁଣ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ବିପଦ । ଲୁଣକୁ ନେଇ ଆସିଲା ଚିନ୍ତାଜନକ ରିପୋର୍ଟ । ଆବଶ୍ୟକତାରୁ ଅଧିକ ଲୁଣ ଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ । ଜଣେ ବ୍ୟକ୍ତି ଦିନକରେ ୫ ଗ୍ରାମରୁ ଅଧିକ ଲୁଣ ଖାଇବା କଥା ନୁହେଁ ।

୫ ଗ୍ରାମରୁ ଅଧିକ ଲୁଣ ଆପଣଙ୍କ ଶରୀରକୁ ପ୍ରଭାବିତ କରିଥାଏ । ଏହା ବ୍ଲଡ୍‌ ପ୍ରେସର ଓ ହୃଦରୋଗର କାରଣ । ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ଅଧିକାଂଶ ଲୋକ ୯ରୁ ୧୨ ଗ୍ରାମ ଲୁଣ ବ୍ୟବହାର କରୁଛନ୍ତି ।

୫ ଗ୍ରାମରୁ କମ ବ୍ୟବହାର କରିବାକୁ ପରାମର୍ଶ ଦେଇଛି WHO । ପ୍ରତିବର୍ଷ ବିଶ୍ୱରେ ୨୫ ଲକ୍ଷ ଲୋକ ହୃଦରୋଗର ଶିକାର ହେଉଛନ୍ତି । ଖାଦ୍ୟରେ ୫ ଗ୍ରାମରୁ କମ ଲୁଣ ବ୍ୟବହାର କଲେ ଏହି ରକ୍ତଚାପ ଓ ହୃଦରୋଗ ଜନିତ ସମସ୍ୟାକୁ ଏଡ଼ାଇ ହେବ ଏବଂ ମୃତ୍ୟୁର ଆଶଙ୍କାକୁ ମଧ୍ୟ କମାଇ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।