ବାଜିବ ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନୀ ବିଗୁଲ, ଦିନ ୩ଟା ୩୦ ମିନିଟରେ ଇସିଆଇ କରିବେ ପ୍ରେସମିଟ

ବାଜିବ ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନୀ ବିଗୁଲ । ଆଜି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଦିନ ୩ଟା ୩୦ ମିନିଟରେ ଇସିଆଇ ପ୍ରେସମିଟ କରିବେ । ଏବେ ମହାରାଷ୍ଟ୍ରରେ ଶିବସେନା-ବିଜେପି ସରକାର ଥିବା ଝାଡ଼ଖଣ୍ଡରେ ଜେଏମଏମ ଓ କଂଗ୍ରେସ ସରକାର କ୍ଷମତାରେ ଅଛି । ମହାରାଷ୍ଟ୍ରରେ ୨୮୮ ଓ ଝାଡଖଣ୍ଡରେ ୮୧ ବିଧାନସଭା ଆସନ ରହିଛି । ମହାରାଷ୍ଟ୍ରରେ ଗୋଟିଏ ଏବଂ ଝାଡଖଣ୍ଡରେ ୫ ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୬ ତାରିଖ ଏବଂ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଜାନୁଆରୀ ୫ ତାରିଖ ୨୦୨୫ରେ ସରୁଛି ।

You might also like