ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା, ୨୩ରେ ସରିବ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଅପରାହ୍ନ ୨ଟାରେ ନିର୍ବାଚନ କମିଶନରଙ୍କ ପ୍ରେସ ମିଟ ରହିଛି । ଫେବୃଆରୀ ୨୩ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ସରିବ । ୭୦ ଆସନ ବିଶିଷ୍ଠ ଦିଲ୍ଲୀ ବିଧାନସଭା ପାଇଁ ଆପ-ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେଉଛି ।

ପୂର୍ବରୁ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଆସୁଛି । ଏଥର କେତେ ପର୍ଯ୍ୟାୟରେ ନିର୍ବାଚନ ହେବ ତା ଉପରେ ନଜର ରହିଛି । ରାଜଧାନୀ ଦିଲ୍ଲୀରେ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ଦିଲ୍ଲୀ ବିଧାନସଭା ପାଇଁ ଆପ-ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ।

୨୦୨୦ରେ ଫେବୃଆରୀ ୨୦ରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହୋଇଥିଲା । ୨୦୧୫ ଓ ୨୦୨୦ ନିର୍ବାଚନରେ କ୍ଷମତା ଦଖଲ କରିଥିବା ଆପ ତୃତୀୟ ଥର ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ୨୦୧୫ରେ ୬୭ ଓ ୨୦୨୦ରେ ୬୨ ସିଟ ଜିତିଥିଲେ ଅରବିନ୍ଦ କେଜ୍ରିୱାଲ । ଏକ ଅଙ୍କରେ ରହିଥିଲା ବିଜେପି । ଖାତା ଖୋଲିପାରିନଥିଲା କଂଗ୍ରେସ ।

ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ୧୫ ଫେବୃଆରୀ ୨୦୨୫ରେ ଶେଷ ହେବ । ଏହାପୂର୍ବରୁ ବିଧାନସଭା ଗଠନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ବିଧାନସଭା ନିର୍ବାଚନ ୨୦୨୦ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ଆମ ଆଦମୀ ପାର୍ଟି ବିଜୟ ପାଇଥିଲା ।

ଏଥର ଦିଲ୍ଲୀର ସରକାର ବାଛିବେ ୧.୫୫ କୋଟି ଭୋଟର । ନିର୍ବାଚନ ଆୟୋଗ (EC) ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଆୟୋଗଙ୍କ ମୁତାବକ, ଦିଲ୍ଲୀ ନିର୍ବାଚନରେ ଏଥର ମୋଟ ୧.୫୫ କୋଟିରୁ ଅଧିକ ଭୋଟର ରହିବେ । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୭୧,୭୩,୯୫୨ । ଏହିପରି ତୃତୀୟ ଲିଙ୍ଗଙ୍କ ସଂଖ୍ୟା ୧,୨୬୧ ରହିଛି ।