ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ ଇକ୍ୱାଡୋରେରେ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଅନେକ ଦବିଥିବା ଆଶଙ୍କା କରାଯାଇଛି । ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟଲୋକ ସନ୍ଧାନ ଅଭିଯାନ ଚଳାଇଛନ୍ତି । ଇକ୍ୱାଡୋରରେ ଅନେକ ସ୍ଥାନରେ ଗତ ସପ୍ତାହରେ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ବାନୋସର ଲୋକ ଅଧିକ ପ୍ରଭାବିତ ହୋଇଥିଲେ ।
ବୋନସରେ ରବିବାର ପ୍ରବଳ ବର୍ଷା ଯୋଗୁଁ ପାହାଡ ଧସିଥିଲା । ପ୍ରବଳ ବର୍ଷା ଯୋଗୁଁ ପାଣିରେ ଘର ଭାସିଯାଇଛି । ଇକ୍ୱାଡୋର ଆପଦା ପ୍ରବନ୍ଧନ କାର୍ଯ୍ୟାଳୟ ତରଫରୁ ପ୍ରେସ ବିଜ୍ଞପ୍ତି ଅନୁସାରେ, ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ଏବଂ ୧୧ ଜଣ ନିଖୋଜ ରହିଛନ୍ତି । ରବିବାର ଦିନ ମୃତକଙ୍କ ସଂଖ୍ୟା ୬ କୁହାଯାଉଥିଲା କିନ୍ତୁ ଏବେ ଆଉ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ରାଜଧାନୀ କ୍ୱିଟୋରୁ ପାଖାପାଖି ୧୩୫ କିମି ଦୂର ବାନୋସ ଆମାଜନ ଜଙ୍ଗଲ ମଧ୍ୟରେ ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳ । ଉଦ୍ଧାର କାର୍ଯ୍ୟରେ ମେସିନର ବ୍ୟବହାର ହୋଇଛି ।
ସୂଚନାଯୋଗ୍ୟ, ଗତ କିଛିଦିନ ହେଲାଣି ଇକ୍ୱାଡୋର ଏବଂ ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି । ଏହି ସପ୍ତାହ ଆରମ୍ଭରୁ ଏଲ ସଲ୍ଭାଡୋରରେ ଭୂସ୍ଖଳନରେ ୨ ପିଲାଙ୍କର ମୃତ୍ୟୁ ହୋଇଥିଲା । ସଂପୂର୍ଣ୍ଣ ଇକ୍ୱାଡୋରରେ ଝଡତୋଫାନ କାରଣରୁ ମାଟି ଅତଡା ଖସିବା ସହିତ ପାଣି ରାସ୍ତାରେ ଜମା ହୋଇଛି । ଇକ୍ୱାଡୋର ମୁଖ୍ୟ ରାସ୍ତା ମଧ୍ୟ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।