ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୁଣି ଥରେ ପି.ଚିଦାମ୍ବରମଙ୍କୁ ଜେରା କରିବାକୁ ଚାହୁଁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ଦିଲ୍ଲୀ କୋର୍ଟରେ ଇଡି ଆବେଦନ କରିଛି। ପୂର୍ବରୁ ୧୪ ଦିନ ରିମାଣ୍ଡରେ ନେଇ ଚିଦାମ୍ବରମଙ୍କୁ ପଚରାଉଚରା କରିସାରିଛି ତଦନ୍ତକାରୀ ସଂସ୍ଥା। ଗତକାଲି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଜାମିନ ଆବେଦନ ମାମଲାରେ ଇଡିକୁ ସୁପ୍ରିମକୋର୍ଟ ନୋଟିସ କରିଥିଲେ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ଦିଲ୍ଲୀ ହାଇକୋର୍ଟ। ଜାମିନ୍ ନଦେବା ପାଇଁ ହାଇକୋର୍ଟରେ ଇଡି ଯୁକ୍ତି ବାଢିଥିଲା। ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ ଚିଦାମ୍ବରମ୍। ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।