ପୁଳା ପୁଳା ଟଙ୍କା ଏବଂ ସୁନା ପରେ ଏବେ ଅର୍ପିତାଙ୍କ ଘରୁ ମିଳିଛି ଅନେକ ସେକ୍ସ ଟଏ୍‌, କେଉଁଠି ଆସିଲା ତଦନ୍ତ କରୁଛି ଇଡି

ବହିଷ୍କୃତ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଏବେ ପାର୍ଥଙ୍କ କଳା କାରନାମାର ଗୁମର ଖୋଲୁଛନ୍ତି। ଇଡି ଜେରା ସମୟରେ ଅର୍ପିତା ପାର୍ଥ କିଭଳି ଟଙ୍କା ଓ ସୁନା ଠୁଳ କରୁଥିଲେ ସେ ବାବଦରେ ବିସ୍ତୃତ ଭାବେ କହିଛନ୍ତି। ବିଡ଼ା ବିଡ଼ା ଟଙ୍କା ଓ କେଜି କେଜି ସୁନା ପରେ ମିଳିଛି ସେକ୍ସ ଟଏ । ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଫସିଥିବା ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ମିଳିଛି ଅନେକ ସେକ୍ସ ଟଏ । ଇଡିର ଚଢାଉ ସମୟରେ ଏସବୁ ସାମଗ୍ରୀ ମିଳିଥିବା ଚର୍ଚ୍ଚା ହେଉଛି । ସେକ୍ସ ଟଏ ମିଳିବା ପରେ ଏବେ ପୂରା ଘଟଣା ଲଭ୍‌-ସେକ୍ସ-ପଲିଟିକ୍ସ ହୋଇଯାଇଛି । ସେକ୍ସ ଟଏ ମିଳିବା ପରେ ଉଠିଛି ଅନେକ ପ୍ରଶ୍ନ ।

ଏସବୁ ସେକ୍ସ ଟଏ ଅର୍ପିତାଙ୍କ ଘରକୁ କିଏ ଆଣିଥିଲା? ଅର୍ପିତାଙ୍କୁ କିଏ ଦେଇଥିଲା ନା ସେ ଅନଲାଇନରେ ଅର୍ଡର କରିଥିଲେ ? ଏହାର ବ୍ୟବହାର କିଏ କରୁଥିଲା ? ଏସବୁ କିଣିବା ପଛର କାରଣ କଣ ? ତେବେ ଏ ପୂରା ଘଟଣାରେ ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରା ସୋସିଆଲ ମିଡ଼ିଆରେ କଟାକ୍ଷ କରି ଲେଖିଛନ୍ତି । ପାର୍ଥ ଓ ଅର୍ପିତାଙ୍କୁ ଟାର୍ଗେଟ କରିଛନ୍ତି । ଦେଶ ଏବିଷୟରେ ଜାଣିବାକୁ ଚାହୁଁଛି ବୋଲି ଶ୍ରୀଲେଖା କହିଛନ୍ତି । ଅର୍ପିତାଙ୍କ ଘରୁ ଇଡି ପ୍ରାୟ ୫୦ କୋଟି ଟଙ୍କା ଓ ଅନେକ ସୁନା ଅଳଙ୍କାର ଜବତ କରିଛି ।

ସୂଚନା ମୁତାବକ, ଅର୍ପିତାଙ୍କୁ ଯେତେବେଳେ ଚେକ୍‌ଅପ୍‌ ପାଇଁ ନିଆଯାଉଥିଲା, ସେହି ସମୟରେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଯେମିତି ତାଙ୍କ ଗାଡ଼ି ହସ୍ପିଟାଲରେ ପହଞ୍ଚିଥିଲା, ସେଠି ସେ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ। ଯାହାଫଳରେ ତାଙ୍କୁ ହ୍ଵିଇଲ୍‌ ଚେୟାରରେ ଆଣିବାକୁ ପଡ଼ିଥିଲା। କୋଲକାତାରେ ତାଙ୍କର ୨ଟି ଆପାର୍ଟମେଣ୍ଟରେ ପାର୍ଥ ହିଁ ଟଙ୍କା ରଖିଥିଲେ ଏବଂ ସେ ଉକ୍ତ ଟଙ୍କାର ପରିମାଣ ସଂପର୍କରେ ଆଦୌ ଜାଣିନଥିଲେ ବୋଲି କହିଛନ୍ତି। ପାର୍ଥ ଟଙ୍କା ରଖବା ପରେ ସର୍ବଦା ଉକ୍ତ ରୁମ୍‌ର ଚାବି ନିଜେ ହିଁ ରଖୁଥିଲେ ଏବଂ ନିଜେ ହିଁ ରୁମ୍‌ ଖୋଲୁଥିଲେ। ଅନ୍ୟ କେହି ସେ ରୁମ୍‌କୁ ଯାଇନାହାନ୍ତି କି କେତେ ଟଙ୍କା ଥିଲା ତାହା କେହି ଜାଣିନାହାନ୍ତି ବୋଲି ଅର୍ପିତା ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି।

ଇଡି ଯାଞ୍ଚରେ ଏ ପର୍ଯ୍ୟନ୍ତ ୫୦ କୋଟି ଟଙ୍କା ଜବତ ହୋଇ ସାରିଛି। ଅର୍ପିତା ମୁଖାର୍ଜୀଙ୍କ ଗିରଫ ପରେ ତାଙ୍କ ଡାଇମଣ୍ଡ ସିଟି ଘରୁ ୪ ଦାମୀ କାର୍‌ କେଉଁଆଡ଼େ ଗାଏବ ହୋଇଯାଇଛି। ଚୋରି କାର୍‌ ଭିତରେ ରହିଛି Audi A4, Honda City, Honda CRV ଏବଂ Mercedes Benz।

ଅର୍ପିତାଙ୍କର ଚୋରି ଗାଡ଼ିଗୁଡ଼ିକୁ ଖୋଜିବାରେ ଇଡି ଅଧିକାରୀମାନେ ଲାଗି ପଡ଼ିଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ତାଙ୍କ ଘରୁ ଜବତ କାଗଜପତ୍ର ଅଧାରରେ ଇଡି ଉଭୟଙ୍କର ଅଲଗା ଅଲଗା ବୟାନ ରେକର୍ଡ କରୁଛି। ଏ ସମସ୍ତ କାଗଜପତ୍ର ଆଧାରରେ ଇଡି ଏବେ ପାର୍ଥଙ୍କଠୁ ସ୍ପଷ୍ଟୀକରଣ ମାଗୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.