ନିରବ ମୋଦିଙ୍କୁ ବଡ଼ ଝଟ୍‌କା, ୬୩୭ କୋଟିର ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ(କେନ୍ଯୁଜ୍) : ନୀରବ ମୋଦିଙ୍କୁ ବଡ଼ ଝଟ୍‌କା । ନ୍ୟୁୟର୍କ, ଲଣ୍ଡନ, ସିଙ୍ଗାପୁର ଓ ମୁମ୍ବାଇରୁ ୬୩୭ କୋଟିର ସମ୍ପତ୍ତି ଜବତ ହୋଇଛି । ନୀରବ ମୋଦିଙ୍କ ପରିବାରରୁ ଅନେକ ଜୁଏଲାରୀ ଜବତ କରିଛି ଇଡି । ୫ଟି ଆକାଉଣ୍ଟରୁ ୨୭୮ କୋଟି, ଦକ୍ଷିଣ ମୁମ୍ବାଇରୁ ୧୯. ୫ କୋଟିର ଫ୍ଲାଟ୍‌, ନୁୟର୍କରୁ ୨୧୬ କୋଟିର ଦୁଇଟି ଫ୍ଳାଟ ଜବତ ହୋଇଛି । ଏହା ସହ ୨୨ କୋଟି ୬୯ ଲକ୍ଷ ଟଙ୍କାର ହୀରା ଗହଣା ଜବତ କରିଛି ଇଡି । ପିଏନ୍‌ବିରୁ ୧୩ ହଜାର କୋଟିରୁ ଅଧିକ ଟଙ୍କାର ଘୋଟାଲା କରିଥିବା ହୀରା ବ୍ୟବସାୟୀ ନୀରବ ମୋଦି ବିଦେଶ ଫେରାର ହୋଇଯାଇଛନ୍ତି । ନୀରବ ମୋଦିଙ୍କ ବିରୋଧରେ ଇଣ୍ଟରପୋଲ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.