ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ଘରେ ପଶିଲା ଇଡି । ଅଶ୍ଳୀଳ ଫଲ୍ମ ତିଆରି ମାମଲାରେ ଶିଳ୍ପାଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ମୁମ୍ବାଇ ସାନ୍ତାକ୍ରୁଜସ୍ଥିତ ଘରେ ଇଡି ଚଢ଼ାଉ କରିଛି । ଇଡି ଦ୍ୱାରା ମାମଲା ପଞ୍ଜିକୃତ ହେବା ପରେ ଶୁକ୍ରବାର ସକାଳୁ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟରେ ଯାଞ୍ଚ ଚାଲିଛି ।
ମିଳିଥିବା ସୂଚନା ମୁତାବକ, ସକାଳ ୬ଟାରୁ ଇଡି ଅଧିକାରୀମାନେ ଚଢ଼ାଉ ଆରମ୍ଭ କରିଛନ୍ତି । କୁନ୍ଦ୍ରାଙ୍କ ବାସଭବନ ସମେତ ବିଭିନ୍ନ ଲୋକେସନରେ ଇଡି ସର୍ଚ୍ଚ ଅପରେସନ ଚଳାଇଛି । ତଦନ୍ତ ଏଜେନ୍ସି ଦ୍ୱାରା ୧୫ଟି ଠିକଣାରେ ଖୋଜାଖୋଜି ଚାଲିଛି । ମହାରାଷ୍ଟ୍ର ସହ ଉତ୍ତର ପ୍ରଦେଶର ଅନେକ ଜାଗାରେ ଛାନଭିନ୍ କରୁଛି ଏଜେନ୍ସି ।
ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ୨୦୨୧ ଜୁନରେ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା । ଦୁଇ ମାସ ଜେଲରେ ରହିବା ପରେ ସେପ୍ଟେମ୍ବରରୁ ସେ ଜାମିନରେ ଅଛନ୍ତି ।
ସୂଚନା ଯେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ବିଟକଏନ୍ ମାଧ୍ୟମରେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି, ଯେଉଁଥିପାଇଁ ଇଡି ଏହି ମାମଲାର ଯାଞ୍ଚ କରିଥିଲା । ଏହାପରେ ଅକ୍ଟୋବର ୩ରେ ତଦନ୍ତ ଏଜେନ୍ସି ରାଜ କୁନ୍ଦ୍ରାଙ୍କୁ ଜୁହୁସ୍ଥିତ ବଙ୍ଗଳା ଏବଂ ପୁଣେ ଫାର୍ମହାଉସ୍ ଖାଲି କରିବାକୁ ନୋଟିସ୍ ଦେଇଥିଲା । ଏହି ନୋଟିସ ବିରୋଧରେ କୁନ୍ଦ୍ରା ମୁମ୍ବାଇ ହାଇକୋର୍ଟରେ ଆବେଦନ କରିଥିଲେ । ନଭେମ୍ବର ୨୭ରେ ଇଡି ଚଢ଼ାଉ ପାଇଁ ନୋଟିସ୍ ଜାରି କରିଥିଲା । ତେବେ କୋର୍ଟଙ୍କ ଶୁଣାଣି ହେତୁ ଆଜି ନଭେମ୍ବର ୨୯ରେ ଇଡି ଚଢ଼ାଉ କରିଛି । ସକାଳ ୬ଟାରୁ ଟିମ୍ ଶିଳ୍ପାଙ୍କ ଘରେ ପହଞ୍ଚିଛନ୍ତି ।