ଦେଶ ବିଦେଶ

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ଘରେ EDର ଚଢ଼ାଉ, ରାସନ ଦୁର୍ନୀତି ମାମଲାରେ ୮ଟି ସ୍ଥାନରେ ଯାଞ୍ଚ

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ତଥା ପୂର୍ବତନ ଖାଦ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ କୋଲକାତାସ୍ଥିତ ବାସଭବନରେ ଇଡି ଗୁରୁବାର ଚଢ଼ାଉ କରିଛି। ପଶ୍ଚିମବଙ୍ଗ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ନାମ ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ଇଡି ଏହି ଦୁର୍ନୀତି ମାମଲାର ତଦନ୍ତ କରିଆସୁଛି। ରାସନ ଦୁର୍ନୀତି ଯେବେ ହୋଇଥିଲା, ସେହି ସମୟରେ ଜ୍ୟୋତିପ୍ରିୟ ମଲିକ ରାଜ୍ୟର ଖାଦ୍ୟ ମନ୍ତ୍ରୀ ଥିଲେ।

ଇଡି ସୂତ୍ରରୁ ଜଣାପଡ଼ିଛି, ରାସନ ଦୁର୍ନୀତି ମାମଲାରେ ବକିବୁର ରେହମାନଙ୍କୁ ଗିରଫ କରାଯିବା ପରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ନାମ ସାମ୍ନାକୁ ଆସିଥିଲା। ଇଡି ଗୁରୁବାର ସକାଳ ସାଢ଼େ ୬ଟା ସମୟରେ ସଲ୍ଟ ଲେକ୍‌ର ବିସି ବ୍ଲକରେ ଥିବା ମନ୍ତ୍ରୀଙ୍କ ଦୁଇଟି ଘରେ (BC 244 ଏବଂ BC 245) ପହଞ୍ଚିଥିଲା।

ଇଡି ମନ୍ତ୍ରୀଙ୍କ ଘର ବ୍ୟତୀତ ନାଗରବଜାରରେ ଥିବା ତାଙ୍କ ଆସିଷ୍ଟାଣ୍ଟ୍‌ ଅମିତଙ୍କ ଫ୍ଲାଟରେ ମଧ୍ୟ ପହଞ୍ଚିଥିଲା ଏବଂ ଯାଞ୍ଚ ଆରମ୍ଭ କରିଥିଲା। ଅଧିକାରୀମାନେ ଗୁରୁବାର ସକାଳେ ମୋଟ ୮ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ କରିଛନ୍ତି। ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଏବଂ ବ୍ୟବସାୟୀ ବକିବୁରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ଇଡି ଯାଞ୍ଚ କରୁଛି।

କହି ରଖୁଛୁ, ରାସନ ଦୁର୍ନୀତି ମାମଲାରେ ଇଡି ଗତ ବୁଧବାର କୋଲକାତାସ୍ଥିତ ବକିବୁରଙ୍କ କାଇଖାଲି ଫ୍ଲାଟରେ ଚଢ଼ାଉ କରିଥିଲା। ଏଠାରେ ଇଡି ୫୩ ଘଣ୍ଟା ଧରି ଖୋଜାଖୋଜି କରିଥିଲା। ବକିବୁରଙ୍କୁ ୧୧ ଘଣ୍ଟା ଧରି ପଚରାଉଚରା ପରେ ଶନିବାର ସକାଳେ ଇଡି ତାଙ୍କୁ ଗିରଫ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବାକିବୁରଙ୍କ ବିଭିନ୍ନ କମ୍ପାନୀରେ ୫୦ କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଛି।

Roshni

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

2 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

11 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

14 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

48 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

49 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago