ଆଇସିଆଇସିଆଇ-ଭିଡିଓକନ ଋଣ ଦୁର୍ନୀତି ମାମଲା , ଆଜି ଚନ୍ଦା କୋଚରଙ୍କୁ ଜେରା କରିବ ଇଡି

ମୁମ୍ବାଇ(କେନ୍ୟୁଜ୍) : ଆଇସିଆଇସିଆଇ- ଭିଡିଓକନ ଋଣ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ ଜେରା। ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଚନ୍ଦା କୋଚରଙ୍କୁ ଆଜି ପଚରାଉଚୁରା କରିବାକୁ ଡାକିଛି ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଭିଡିଓକନର ମାଲିକ ବେଣୁଗୋପାଳ ଧୁତଙ୍କୁ ମଧ୍ୟ ଆଜି ପଚରାଉଚୁରା ପାଇଁ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଗତକାଲି ଚନ୍ଦା କୋଚର, ତାଙ୍କ ସ୍ୱାମୀ ଦୀପକ କୋଚର ଓ ବେଣୁଗୋପାଳ ଧୁତଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢଉ କରିଥିଲା ଇଡି। ଭିଡିଓକନକୁ ଅହେତୁକ ଅନୁକଂପା ପ୍ରଦର୍ଶନ ସହ ବ୍ୟାଙ୍କର ନିୟମକୁ ଅଣଦେଖା କରି ଆଇସିଆଇସିଆଇ ବ୍ୟାଙ୍କ ୩ ହଜାର ୨୫୦ କୋଟି ଟଙ୍କା ଋଣ ଦେଇଥିଲା। ଏହି ଦୁର୍ନୀତି ଖବର ଜଣାପଡ଼ିବା ପରେ ଚନ୍ଦାଙ୍କୁ ସିଇଓ ପଦରୁ ହଟାଇବା ସହ ତଦନ୍ତ ଆରମ୍ଭ ହୋଇଥିଲା।