ଯାଞ୍ଚ ପାଇଁ ଯାଇଥିବା ବେଳେ ଇଡି ଟିମ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ଦିଲ୍ଲୀରେ ଇଡି ଟିମ ଉପରେ ଆକ୍ରମଣ । ସାଇବର ଠକେଇ ମାମଲାର ଯାଞ୍ଚ ପାଇଁ ଯାଇଥିବା ବେଳେ ଇଡି ଟିମ ଉପରେ ହମଲା । ଆକ୍ରମଣରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ ହୋଇଛନ୍ତି । ଦିଲ୍ଲୀର ବିଜୱାସାନ ଅଞ୍ଚଳରେ ଏହି ଘଟଣା ଘଟିଛି । ଏହି ମାମଲାରେ ଏଫଆଇଆର ଦାୟର କରାଯାଇଛି ।
ଖବର ମୁତାବକ, ଦିଲ୍ଲୀର ବିଜୱାସାନ ଅଞ୍ଚଳରେ ପିପିପିୱାଇଏଲ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଯାଇଥିଲା ଟିମ । ଏହି ସମୟରେ ସ୍ଥାନୀୟ ପୋଲିସ ମଧ୍ୟ ତାଙ୍କ ସହ ଥିଲା । ତେବେ ଯାଞ୍ଚ ବେଳେ ଅଭିଯୁକ୍ତ ଅଶୋକ ଶର୍ମା ଏବଂ ତାଙ୍କ ପରିବାର ଲୋକ ଇଡି ଟିମ୍ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଇଡିର ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।
ଯେଉଁ ମାମଲାରେ ଇଡି ଯାଞ୍ଚ କରିବାକୁ ଯାଇଥିଲା, ସେଥିରେ ଦେଶର ଫିଶିଂ ସ୍କାମ, କ୍ୟୁଆର କୋଡ ଜରିଆରେ ଠକେଇ, ପାର୍ଟ ଟାଇମ୍ ଜବ୍ ସ୍କାମ ଭଳି ହଜାର ହଜାର ସାଇବର ଅପରାଧ ରହିଛି । ପୁରା ନେଟୱାର୍କ ଜଣେ ସନ୍ଦିଗ୍ଧ ଚାଟାର୍ଡ ଆକାଉଣ୍ଟାଣ୍ଟ ଦ୍ବାରା ପରିଚାଳିତ କରାଯାଉଥିଲା ।