ପାକ୍‌ ମୌସୁମୀ ପ୍ରଭାବ: ବିହାର ସମେତ ୩ ରାଜ୍ୟରେ ୫୭ ଲୋକଙ୍କ ମୃତ୍ୟୁ; ଆସାମରେ ୭ ଲକ୍ଷ ଲୋକ ବନ୍ୟା କ୍ଷତିଗ୍ରସ୍ତ

ମୌସୁମୀ ପୂର୍ବରୁ କିଛି ରାଜ୍ୟରେ ଘଡ଼ଘଡ଼ି, ବିଜୁଳି ସହ ଝଡ଼ତୋଫାନ ବର୍ଷା ଧ୍ୱଂସର ତାଣ୍ଡବ ରଚିଛି। ବିହାର, ଆସାମ ଏବଂ କର୍ଣ୍ଣାଟକରେ ବଜ୍ରପାତ ଓ ବନ୍ୟା ସଂସ୍ପର୍ଶରେ ଆସି ପ୍ରାୟ ୫୭ ଲୋକଙ୍କ ମୃତ୍ୟୁ ଘଟିଛି। ଆସାମରେ ପରିସ୍ଥିତି ସବୁଠାରୁ ଅଧିକ ଜଟିଳ ରହିଛି। ଏଠାରେ ବ୍ରହ୍ମପୁତ୍ର ଏବଂ ଅନ୍ୟ ନଦୀମାନଙ୍କରେ ବନ୍ୟା ଆସିବା କାରଣରୁ ଶହ ଶହ ଗାଁ ଜଳ ଘେରରେ ରହିଛି। ୭ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଫସଲଗୁଡ଼ିକ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଛି। ଆସାମରେ ୫୦୦ରୁ ଅଧିକ ଲୋକ ରେଲେଓ୍ଵ ଟ୍ରାକ୍‌ ଉପରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ଏଠାରେ ଏ ପର୍ଯ୍ୟନ୍ତ ୧୫ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ସବୁଠାରୁ ଅଧିକ ବିହାରରେ ମୃତ୍ୟୁ ସଂଖ୍ୟା ୩୩ରେ ପହଞ୍ଚିଛି। ସେପଟେ କର୍ଣ୍ଣାଟକରେ ୯ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏଥି ସହିତ କର୍ଣ୍ଣାଟକରେ ପ୍ରବଳ ବର୍ଷା ଜାରି ରହିଥିବାରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଭୂସ୍ଖଳନର ବିପଦ ବଢ଼ି ଯାଇଛି। ଖରାପ ପାଣିପାଗ ହେତୁ ଦିଲ୍ଲୀର ୧୦ ଫ୍ଲାଇଟ୍‌କୁ ଅମୃତସର ଏୟାରପୋର୍ଟରେ ଲ୍ୟାଣ୍ଡ କରାଇବାକୁ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.