ଗୃହରେ ବିଶୃଙ୍ଖଳା ଆଚରଣ କରିଥିବା ୮ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ବନ

ଭୁବନେଶ୍ବର: ବିଶୃଙ୍ଖଳା ଆଚରଣ କରିଥିବା ସାଂସଦଙ୍କ ବିରୋଧରେ ଆକ୍ସନ । ଆକ୍ସନ ନେଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ । ୮ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ୮ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ବନ କରାଗଲା ।

ଗତକାଲି କୃଷି ବିଲ୍‌କୁ ନେଇ ହଙ୍ଗାମା କରିଥିଲେ ୮ ସାଂସଦ । ଏମାନେ ହେଲେ ଡେରେକ ଓବ୍ରାଇନ, ସଞ୍ଜୟ ସିଂ, ରାଜୁ ସାତଭ, କେ କେ ରାଗେଶ, ରିପୁନ ବୋରା, ଡୋଲା ସେନ୍‌, ସାୟଦ୍‌ ନାଜିର ହୁସେନ, ଏଲାମରନ୍‌ କରିମ୍‌ । ଏହାସହ ୧୨ ବିରୋଧୀ ଦଳ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ଖାରଜ କରିଛନ୍ତି ଭେଙ୍କିୟା ନାଇଡୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.