କୂଅ ସଫେଇବେଳେ ଚାଲିଗଲା ୮ ଜୀବନ, ମୃତକଙ୍କ ପରିବାରକୁ ସରକାରଙ୍କ ଆର୍ଥିକ ସହାୟତା

ମଧ୍ୟପ୍ରଦେଶ ଖଣ୍ଡୱା ଜିଲ୍ଲାର କୋଡାବନ୍ତ ଗାଁରେ ଦୁଃଖଦାୟକ ଘଟଣା ଘଟିଛି । କୂଅ ସଫେଇ ବେଳେ ଚାଲିଯାଇଛି ୮ ଜୀବନ। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ସମସ୍ତଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । କୂଅରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ହେତୁ ସମସ୍ତ ୮ଜଣଙ୍କର ମୃତ୍ୟୁ ହୋଇଥିବା ଉଦ୍ଧାରକାରୀ ଦଳ କହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଜିଲ୍ଲା କଲେକ୍ଟର ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହାୟତା ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ଘଟଣାର ତଦନ୍ତ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ୧୫୦ ବର୍ଷର କୂଅ ନେଲା ୮ ଜୀବନ । ବୁଧବାର ଦିନ ଦେବୀ ବିସର୍ଜନ ପାଇଁ କୂଅ ସଫା କରିବା ଉଦ୍ଦେଶ୍ୟରେ ଜଣେ ଭିତରକୁ ପଶିଥିଲେ । ଦୀର୍ଘ ସମୟ ଧରି ନଫେରିବାରୁ ତାଙ୍କୁ ବଞ୍ଚାଇବା ପାଇଁ ଆଉ ୭ଜଣ କୂଅ ଭିତରକୁ ଯାଇଥିଲେ । କିନ୍ତୁ କୂଅ ଭିତରେ ଶ୍ବାସରୁଦ୍ଧ ହୋଇ ୮ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ମୃତକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କୂଅରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ହେତୁ ୮ଜଣଙ୍କର ମୃତ୍ୟୁ ହୋଇଥିବା ଉଦ୍ଧାରକାରୀ ଦଳ କହିଛନ୍ତି । ମୃତକ ହେଉଛନ୍ତି ପୂର୍ବତନ ସରପଞ୍ଚ ମାନରାମ(୫୫), ଆତ୍ମାରାମ ପଟେଲ(୩୦), ସୁଖରାମ(୩୦), ଗୋବିନ୍ଦ(୩୫),ଗୋପାଳ(୨୫), ଆଶାରାମ(୩୬), ହରି (୨୨),ମୋହନ (୨୫) ।
ଅନ୍ୟପଟେ ଜିଲ୍ଲା କଲେକ୍ଟର ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହାୟତା ପ୍ରଦାନ କରିଛନ୍ତି । ବୟସ୍କ ବ୍ୟକ୍ତିଙ୍କ ମତାନୁସାରେ ଦେବୀ ବିସର୍ଜନ ପାଇଁ କୂଅ ସଫା କରିବା କାଳ ସାଜିଲା । ଏଭଳି ହୃଦୟବିଦାରକ ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

 

Also Read : ଉତ୍ତରପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା, ନବରାତ୍ରୀ ପୂଜା ନକରିପାରିବାରୁ ମହିଳା ଜଣକ କଲେ ଏମିତି…..