ପଶ୍ଚିମବଙ୍ଗ ନଦିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୮ ଜଣଙ୍କ ମୃତ୍ୟୁ

ନଦିଆ : ପଶ୍ଚିମବଙ୍ଗର ନଦିଆରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଫୁଲବାଡ଼ି ଇଲାକାରେ ଏକ ଟ୍ରକ ରାସ୍ତା ପାଖରେ ଠିଆ ହୋଇଥିବା ବେଳେ ଶବ ଗାଡ଼ିଟି ମୁହାଁମୁହିଁ ଧକ୍କା ଦେଇଥିଲା ।

ସୂଚନାନୁଯାୟୀ, ଶବ ସଂସ୍କାର ପାଇଁ ଏକ ଗାଡ଼ିରେ ୨୦ ରୁ ଅଧିକ ଲୋକ ଯାଉଥିଲେ । ଏହି ସମୟରେ ଉକ୍ତ ଗାଡ଼ିଟି ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗାଡ଼ି ଦୁଇଟି ଦ୍ରୁତ ବେଗରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ର ିପୋର୍ଟରୁ ଜଣାଯାଇଛି । ଏହି ଦୁର୍ଘଟଣା ଶନିବାର ରାତିରେ ହୋଇଥିବା ଜଣାଯାଇଛି । ଏହି ଦୁର୍ଘଟଣା ପଶ୍ଚିମବଙ୍ଗ ନଦିଆ ହାଂସଖଲି ଅଞ୍ଚଳରେ ହୋଇଥିବା ଜଣାଯାଇଛି ।

ଏହି ଗାଡ଼ିଟି ଉତ୍ତର ୨୪ ପ୍ରଗଣାର ବାଗଦରୁ ଶବ ନେଇ ୨୦ ରୁ ଅଧିକ ଲୋକ ନବଦ୍ୱୀପ ଶ୍ମଶାନକୁ ସଂସ୍କାର ପାଇଁ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ଫୁଲବାଡ଼ି ଇଲାକାରେ ଏକ ଟ୍ରକ ରାସ୍ତା ପାଖରେ ଠିଆ ହୋଇଥିବା ବେଳେ ଶବ ଗାଡ଼ିଟି ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ପ୍ରାୟ ୧୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.