ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ହେଲେ ଫଡନାଭିସ୍

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ । ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମହାରାଷ୍ଟ୍ର ରାଜଭାବନରେ ରାଜ୍ୟପାଳ ଭଗତ ସିଂହ ଖୋସିୟାରୀ ଶପଥ ପାଠ କରାଇଥିବା ଜଣାଯାଇଛି । ଯେବେକି ଉପମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନାଭିସ୍ ଡେପୁଟି ସିଏମ ଭାବେ ଶପଥ ନେଇଛନ୍ତି । ଆଜି ସନ୍ଧ୍ୟା ସାଢେ ୭ଟା ସମୟରେ ଶପଥ ନେଇଥିବା ଜଣାଯାଇଛି ।

ସୂଚନା ଦେବା ଉଚିତ ହେବକି ୨୦୧୯ରେ ବିଜେପି ଏବଂ ଶିବସେନା ଏକାଠି ମିଶି ନିର୍ବାଚନ ଲଢ଼ିଥିଲେ । ଆମେ ସେହି ସମୟରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମକୁ ବୃହତ୍‌ ବିଜୟ ମିଳିଥିଲା ବୋଲି ଫଡନାଭିସ୍‌ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.