ସାନ ଭାଇକୁ ସାପ କାମୁଡ଼ିଦେଲା ବୋଲି ବଡ଼ ଭଉଣୀ ଜୀବନ ହାରିଦେଲା

ସାନ ଭାଇକୁ ସାପ କାମୁଡ଼ିଦେଲା ବୋଲି ବଡ଼ ଭଉଣୀ ଜୀବନ ହାରିଦେଲା । ମା’ କ୍ଷେତକୁ ଯାଇଥିଲେ ଆସି ଦେଖିଲା ବେଳକୁ ବଡ଼ ଝିଅ ଆଉ ନାହାନ୍ତି । ହାତରେ ବଡ଼ ବଡ଼ ଅକ୍ଷର ଲେଖା ହୋଇଛି କି ଅଭିଷେକଙ୍କ ପାଖରେ ମୋତେ ଦାହ କରିଦିଅ । ଜମା ଟେନସନ୍ ନିଅ ନାହିଁ…’, ଭାଇର ମୃତ୍ୟୁ ପରେ ଭଉଣୀ ହାତରେ ଲେଖିଲେ ଶେଷ ଇଚ୍ଛା । ଆଉ ହାରିଦେଲେ ଜୀବନ । ହଁ ଦର୍ଶକବନ୍ଧୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଜଣେ ଭଉଣୀ ତାଙ୍କ ଭାଇ ପାଇଁ ନିଜ ଜୀବନ ହରି ଦେଇଛନ୍ତି । ତେବେ ଘଟଣାର ପ୍ରକୃତ ସତ୍ୟାସତ୍ୟ କଣ ଚାଲନ୍ତୁ ଜାଣିବା ।

କଣ ଘଟିଲା ଏହି ଭଉଣୀଙ୍କ ସହ ? କାହିଁକି ନିଜ ଜୀବନ ହାରିଦେଲେ ? ସେ ତାଙ୍କ ହାତରେ କାହିଁକି ଲେଖିଥିଲେ – ମୋତେ ତାଙ୍କ ପାଖରେ ହିଁ କବର ଦେଇଦିଅ । ଦର୍ଶକବନ୍ଧୁ, ଭାଇ ଭଉଣୀର ସମ୍ପର୍କ ଅତି ନିବିଡ଼ । ଆଉ ବନ୍ଧନ ମଧ୍ୟ ଅତୁଟ । ଯାହାକୁ ଅକାଟ୍ୟ ସତ ବୋଲି ପ୍ରମାଣ କରି ଦେଖାଇଛନ୍ତି ଜଣେ ଯୁବତୀ । ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ୧୯ ବର୍ଷୀୟା ଝିଅ ତାଙ୍କ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁରେ ମର୍ମାହତ ହୋଇ ନିଜେ ଜୀବନ ହାରି ଦେଇଛନ୍ତି । ଏହା କରିବା ପୂର୍ବରୁ ସେ ତାଙ୍କ ଡାହାଣ ହାତରେ ଏକ ନୋଟ୍ ଲେଖିଥିଲେ, ଯେଉଁଥିରେ ସେ ତାଙ୍କର ଶେଷ ଇଚ୍ଛା ପ୍ରକାଶ କରିଥିଲେ । ଏହି ଘଟଣା ବାବେରୁ କୋତୱାଲି ଅଞ୍ଚଳର ପାରସ ଗାଁର । ମୃତକଙ୍କ ନାଁ ଶିଖା ଦେବୀ, ଯିଏ ଘରେ ଏକା ଥିବା ସମୟରେ ଜୀବନ ହାରି ଦେଇଥିଲେ । ଆଉ ତାଙ୍କ ମାଆ କ୍ଷେତରୁ ଫେରିବା ପରେ ସେ ତାଙ୍କ ଝିଅକୁ ମରିଯାଇଥିବାର ଦେଖିଥିଲେ।

ପୋଲିସ ଏବଂ ଫରେନସିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସମୟରେ ଶିଖାଙ୍କ ଡାହାଣ ହାତରେ ଲେଖାଥିବା ଏକ ନୋଟ୍ ମିଳିଥିଲା। ନୋଟରେ ଲେଖାଥିଲା, “ମୋ ମୃତ୍ୟୁର କୌଣସି କାରଣ ନାହିଁ, ମୁଁ କେବଳ ବଞ୍ଚିବାକୁ ଚାହୁଁନାହିଁ, ଅଭିଷେକଙ୍କ ପାଖରେ ମୋତେ ଦାହ କର । ରାନୁଙ୍କୁ ଫୋନ୍ କରି ଜଣାଇଦେବ ମୁଁ ଆଉ ନାହିଁ । ଆମ୍ମା ଚିନ୍ତା କର ନାହିଁ, ମୋ ମୃତ୍ୟୁ ପରେ କଲ୍ଲୁର ଯତ୍ନ ନେବ, ମୁଁ ଯାଉଛି ।

ତଦନ୍ତରୁ ଜଣାପଡିଛି ଯେ ଶିଖାଙ୍କ ଭାଇ ଅଭିଷେକ ଚାରି ଦିନ ପୂର୍ବରୁ ଦିଲ୍ଲୀରେ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ। ଭାଇର ମୃତ୍ୟୁର ଗଭୀର ଆଘାତ ଯୋଗୁଁ ଶିଖା ଏହି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ଶିଖା ତିନି ଭଉଣୀ ଏବଂ ଜଣେ ଭାଇଙ୍କ ମଧ୍ୟରେ ଦ୍ୱିତୀୟ ଥିଲେ ଏବଂ ତାଙ୍କ ବାପା ଗୁଜରାଟରେ ଶ୍ରମିକ ଭାବରେ କାମ କରନ୍ତି। ହାତରେ ଲେଖା ନୋଟରେ ରାନୁଙ୍କ ବିଷୟରେ ମଧ୍ୟ ଉଲ୍ଲେଖ ଅଛି, ଯାହାଙ୍କ ସହିତ ଶିଖାଙ୍କ ବିବାହ ସ୍ଥିର ହୋଇଥିଲା । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Also Read: କଂଗ୍ରେସକୁ ଝଟକା, ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଏଆଇ ଭିଡିଓ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଲେ ପାଟନା ହାଇକୋର୍ଟ