ଅଟାରୀ ବର୍ଡରରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପାକିସ୍ତାନ ଯିବା ସମୟରେ ଆସିଲା ହୃଦଘାତ

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । ଏହାପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଭଳି ସମୟରେ ଏକ ଦୁଃଖଦ ଘଟଣା ଘଟିଛି ।
ଅଟାରୀ ସୀମାରେ ଜଣେ ୬୯ ବର୍ଷୀୟ ବୃଦ୍ଧଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଅବଦୁଲ ୱାହିଦ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ ଅବଦୁଲ ୱାହିଦଙ୍କୁ ଜମ୍ମୁ ଏବଂ କାଶ୍ମୀର ପୋଲିସ ଶ୍ରୀନଗରରୁ ପାକିସ୍ତାନ ଫେରାଇବା ପାଇଁ ଆଣିଥିଲା । ୧୭ ବର୍ଷ ଧରି ଅବଦୁଲ ଭାରତରେ ରହୁଛନ୍ତି ଏବଂ ପୋଲିସ ତାଙ୍କ ପାଖରୁ ଶେଷ ହୋଇଥିବା ଭିସା ପାଇଛି ।
ଅବଦୁଲ ୱାହିଦ ଜଣେ ହୃଦରୋଗୀ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିଲା । ବୁଧବାର ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ତାଙ୍କୁ ଅଟାରୀ ସୀମାରେ ପାକିସ୍ତାନ ପଠାଇବା ପାଇଁ ପୋଲିସ ସୁରକ୍ଷାରେ ଶ୍ରୀନଗରରୁ ଅଣାଯାଇଥିଲା । ଯେତେବେଳେ ସେ ଅଟାରୀ ସୀମାରେ ପହଞ୍ଚିଲେ । ତାଙ୍କର କାଗଜପତ୍ର ଯାଞ୍ଚ କରାଯାଉଥିଲା, ସେତେବେଳେ ତାଙ୍କୁ ହୃଦଘାତ ହୋଇଥିଲା । ଏହାପରେ ପୋଲିସ ତାଙ୍କୁ ଡାକ୍ତରଖାନା କୁ ନେଇଥିଲେ ।
ଗତ ସପ୍ତାହରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ଅନେକ ଘୋଷଣା କରିଥିଲେ । ଏଥିରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା, ଇସଲାମାବାଦ ସହିତ କୂଟନୈତିକ ସମ୍ପର୍କକୁ ହ୍ରାସ କରିବା ଏବଂ ସ୍ୱଳ୍ପକାଳୀନ ଭିସାରେ ଥିବା ସମସ୍ତ ପାକିସ୍ତାନୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେବା, ନଚେତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।
Also read: ପାକିସ୍ତାନ ଯିବାର ଶେଷ ତାରିଖ ସରିଯାଇଛି, ହେଲେ ସୀମା ହାଇଦର ପାକିସ୍ତାନ ଫେରିନାହାନ୍ତି କାହିଁକି?