ଦେଖନ୍ତୁ ହୃଦୟ ବିଦାରକ video: ଷ୍ଟେଶନରେ ରୁଟି ଧୋଇ ଖାଉଛନ୍ତି ବୃଦ୍ଧ, ଭିଡିଓ ଦେଖି ଭାବବିହ୍ଵଳ ହେଉଛନ୍ତି ଲୋକେ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହା ଲୋକଙ୍କୁ ଭାବବିହ୍ଵଳ କରିଦେଉଛି। କାରଣ, ଏହି ଭିଡିଓରେ ଜଣେ ବୃଦ୍ଧ ରୁଟିକୁ ପାଣିରେ ଧୋଇ ଖାଉଥିବା ଦେଖିବାକୁ ମିଳୁଛି। ତେବେ ଭିଡିଓଟି କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ। କିନ୍ତୁ ସୋସିଆଲ ମିଡିଆ ୟୁଜର ଏହାକୁ ଶେୟାର କରିବାରେ ଲାଗିଛନ୍ତି।

Y1

ଭିଡିଓକୁ ଟୁଇଟର ୟୁଜର @upcopsachin ୨୦ ଫେବୃୟାରୀରେ ଶେୟାର କରିଥିଲେ। ସେ ଏହାର କ୍ୟାପସନ ଦେଇଥିଲେ ଯେ ‘ଏହା ହିଁ ଭୋକ…। କିଏ ପେଟ ଭରିଗଲା ପରେ ରୁଟି ଫିଙ୍ଗିଦେଉଛି ତ କିଏ ସେହି ରୁଟିକୁ ଉଠାଇ ଧୋଇକି ଖାଉଛି। ହୃଦୟ ବିଦାରକ ଭିଡିଓ’।

ଭିଡିଓଟି କୌଣସି ଏକ ରେଲେଓ୍ଵ ଷ୍ଟେଶନର। ଏହାକୁ ଦେଖିବା ପରେ ଅଧିକରୁ ଅଧିକ ଲୋକ ଖାଦ୍ୟ ନଷ୍ଟ ନ କରିବାକୁ ନିବେଦନ କରିଛନ୍ତି। କାରଣ, ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇବେଳା ଦୁଇଖଣ୍ଡ ରୁଟି ମଧ୍ୟ ପାଇ ନ ଥାଆନ୍ତି। ଭିଡିଓକୁ ଏ ପଯ୍ୟର୍ନ୍ତ ୪୦୦ରୁ ଅଧିକ ଭ୍ୟୁ ମିଳିସାରିଥିବା ବେଳେ ୮୬ ଲାଇକ୍‌ ମିଳିଛି।