ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ରୋହିତ ଶେଖର ହତ୍ୟା ମାମଲାରେ ପତ୍ନୀଙ୍କୁ ଜେରା ଓ ବଦଳିଲା ଆଇପିଏଲ୍‌ ଫାଇନାଲ୍‌ର ଭେନ୍ୟୁ ଆଦିି ଖବର

୧-ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ୍‌ଙ୍କ ନିର୍ଦ୍ଦେଶ । ବାରମ୍ବାର ବିବାଦୀୟ ବୟାନ୍‌ ଦେଇ ଫସିଛନ୍ତି ପ୍ରଜ୍ଞା । ବାବରୀ ମସଜିଦ୍‌ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏଫ୍‌ଆଇଆର ଦେବାକୁ କମିଶନ୍‌ କହିଛନ୍ତି ।

Sadhvi Pragya୨-ଭୋପାଳର ଏକ ନିର୍ବାଚନୀ ସଭାରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଷଣ ଦେବା ବେଳେ ମୋଦିଙ୍କ ବିରୋଧରେ କହୁଥିଲେ । ସେଠାରେ ଉପସ୍ଥିତ ଥିବା ଜରେ ଯୁବକକୁ ଡାକି ତାଙ୍କ ବ୍ୟାଙ୍କ ଖାତାକୁ ପଇସା ଆସିଛି ନା ନାହିଁ ପଚାରିବାରୁ ସେ ସର୍ଜିକାଲ୍‌ ଷ୍ଟ୍ରାକ୍‌ ପାଇଁ ମୋଦିଙ୍କ ପ୍ରଶଂସା କରି ଦେଲେ । ପରିସ୍ଥିତି ଓଲଟା ଜାଣି ଦିଗବିଜୟ ମାଇକ୍ରୋଫୋନ୍‌ ନେଇ ଆସିଲେ ଓ ଯୁବକକୁ କଂଗ୍ରେସ କର୍ମୀମାନେ ମଞ୍ଚରୁ ଓହ୍ଲାଇ ଦେଲେ ।

DIGVIJAY୩-ଏନ୍‌ଡି ତିଓ୍ଵାରୀଙ୍କ ପୁଅ ରୋହିତ ଶେଖର ମୃତ୍ୟୁ ମାମଲାରେ ପତ୍ନୀ ଅପୂର୍ବା ସମେତ ଘରେ କାମ କରୁଥିବା ଗୋଲୁ ଓ ପାର୍ଥକୁ ପୋଲିସ୍‌ ଗିରଫ କରିଛି । ସେମାନଙ୍କୁ କୌଣସି ଏକ ଅଜଣା ଜାଗାକୁ ନେଇ ପଚରା ଉଚରା କରୁଥିବା ସୂଚନା ମିଳିଛି ।

APURVA
୪-ଆଜି ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ଟୁଇଟ୍‌କୁ ନେଇ ଦିନ ସାରା ଚର୍ଚ୍ଚା ଲାଗି ରହିଛି । ପ୍ରଥମେ ସେ ଟୁଇଟ୍‌ କଲେ ଯେ ମୁଁ ଏକ ନୂଆ କ୍ଷେତ୍ରରେ ଆଜି ପାଦ ଦେଉଛି । ଖୁବ୍‌ ଉତ୍ସାହିତ ଓ ନର୍ଭସ ଅଛି । ସମସ୍ତେ ଭାବିଲେ ଅକ୍ଷୟ ନିର୍ବାଚନରେ ଲଢିବାକୁ ଯାଉଛନ୍ତି । ହେଲେ କିଛି ସମୟ ପରେ ଆଉ ଗୋଟିଏ ଟୁଇଟ୍‌ରେ ଅକ୍ଷୟ ନିର୍ବାଚନ ଲଢ଼ିବା କଥାକୁ ଖଣ୍ଡନ କରିଛନ୍ତି ।

AKHAY୫- ମେ ୧୨ ତାରିଖରେ ଚଳିତ ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ ଚେନ୍ନାଇର ଏମ୍‌ଏ ଚିଦମ୍ବରମ୍‌ ଷ୍ଟାଡିୟମ ପରିବର୍ତ୍ତେ ହାଇଦ୍ରାବାଦର ରାଜବୀ ଗାନ୍ଧି ଇଣ୍ଟରନେସନାଲ ଷ୍ଟାଡିୟମ୍‌ରେ ଖେଳାଯିବ । ଚିଦମ୍ବରମ୍‌ ଷ୍ଟାଡିୟମ୍‌ର ୩ଟି ବନ୍ଦ ଥିବା ଷ୍ଟାଣ୍ଡ ଖୋଲିବାକୁ ବିସିସିଆଇ କହିଥିଲା । ତେବେ ଏଥିଲାଗି ଅନୁମତି ନମିଳିବାରୁ ଫାଇନାଲ୍‌ ମ୍ୟାଚ୍‌ର ସ୍ଥାନ ପରିବର୍ତ୍ତନ କରାଯାଇଛି ।

HYDERABAD STADIUM

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.