ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି । ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି । ଏହି ସଂଖ୍ୟା ବିଶ୍ୱରେ ଥିବା ୨୭ଟି ଦେଶର ଭୋଟରଙ୍କ ତୁଳନାରେ ପାଞ୍ଚ ଗୁଣ ଅଧିକ । ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ମତଦାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ପ୍ରେସମିଟ୍ କରି ଏଭଳି କିଛି ସୂଚନା ଦେଇଛନ୍ତି ।
ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି । ଏହି ନିର୍ବାଚନରେ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି ।
ଚଳିତ ଲୋକସଭା ନିର୍ବାଚନରେ ୩୧.୨ କୋଟି ମହିଳାଙ୍କ ସହିତ ୬୪.୨ କୋଟି ଭୋଟର ମତଦାନ କରି ବିଶ୍ୱରେକର୍ଡ କରିଛନ୍ତି । ୨୦୧୯ ତୁଳନାରେ ୨୦୨୪ରେ ଅଧିକ ମହିଳା ମତଦାନ କରିଛନ୍ତି । ଉକ୍ତ ପ୍ରେସମିଟରେ ଛିଡ଼ା ହୋଇ ମୁଖ୍ୟ ନିର୍ବାଚନ କମିଶନର ମହିଳା ଭୋଟରଙ୍କୁ ସମ୍ମାନ ଜଣାଇଛନ୍ତି । ଗତ ୪ ଦଶନ୍ଧି ମଧ୍ୟରେ ଜମ୍ମୁ କଶ୍ମୀରରେ ସର୍ବାଧିକ ଭୋଟିଂ ହୋଇଛି । ୨୦୧୯ର ୫୪୦ଟି ସ୍ଥାନରେ ରିଂ ପୋଲିଂ ହୋଇଥିଲା । ଏଥର ରିଂ ପୋଲିଂ କମିଛି । ଭୋଟି ବେଳେ ମାଓହିଂସା ହୋଇନି ।
ସେ ଆହୁରି ମଧ୍ୟ କହିଛନ୍ତି, ସୋସିଆଲ ମିଡିଆରେ ଅନେକ ମିମ୍ସି କରାଯାଇଥିଲା । ଯାହାକୁ ନେଇ ଏବେ ଉତ୍ତର ଦିଆଯିବାକୁ ଚେଷ୍ଟା କରାଯିବ ।
୧.୫ କୋଟି ଭୋଟର ଏବଂ ସୁରକ୍ଷା କର୍ମୀ ଯାତାୟତ ପାଇଁ ୧୩୫ଟି ସ୍ୱତନ୍ତ୍ର ଟ୍ରେନ୍, ୪ ଲକ୍ଷ ବାହାନ ଏବଂ ୧୬୯୨ଟି ଫ୍ଲାଟ ବ୍ୟବହାର କରାଯାଇଥିଲା । ୬୮୭୬୩ ମନିଟରିଂ ଦଳ ନିର୍ବାଚନ ଉପରେ ନଜର ରଖିଥିଲେ ବୋଲି ଇସିଆଇ କହିଛନ୍ତି।