ନୂଆଦିଲ୍ଲୀ : ରାଜସ୍ଥାନ ସମେତ ୫ଟି ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା । ନଭେମ୍ବର ୨୮ ତାରିଖରେ ଏକକାଳୀନ ମଧ୍ୟପ୍ରଦେଶ ଓ ମିଜୋରାମରେ ନିର୍ବାଚନ ହେବ । ତେବେ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ । ନଭେମ୍ବର ୧୨ ଓ ୨୦ ତାରିଖରେ ଏଠାରେ ଦୁଇଟି ପର୍ଯ୍ୟାୟରେ ଜନସାଧାରଣ ମତଦାନ କରିବେ ।
ସେହିପରି ରାଜସ୍ଥାନ ଓ ତେଲେଙ୍ଗାନାରେ ଏକକାଳୀନ ଡିସେମ୍ବର ୭ରେ ଭୋଟ୍ ଗ୍ରହଣ ହେବ । ତେବେ ସବୁ ରାଜ୍ୟର ଭୋଟ୍ ଗଣତି ସମାନ ସମୟ ଡିସେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର ଓ.ପି ରୱତ ଘୋଷଣା କରିଛନ୍ତି । ତାଙ୍କର ଘୋଷଣା ପରେ ଏସବୁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।