ଆଜି ସୁପ୍ରିମକୋର୍ଟ ବାର ଆସୋସିଏସନର ନିର୍ବାଚନ, ଦୌଡ଼ରେ ଅଛନ୍ତି ୪ ଓଡ଼ିଆ

ଆଜି ସୁପ୍ରିମକୋର୍ଟ ବାର ଆସୋସିଏସନର ନିର୍ବାଚନ। ବିଭିନ୍ନ ପଦ ପଦବି ପାଇଁ ଚାଲିଛି ଭୋଟ ଗ୍ରହଣ। ସୁପ୍ରିମକୋର୍ଟ ବାର ଆସୋସିଏସନରେ ପ୍ରାୟ ୨୦ ହଜାର ସଦସ୍ୟ ଅଛନ୍ତି । କିନ୍ତୁ ନିର୍ବାଚନରେ ୩ ହଜାରରୁ ଊର୍ଦ୍ଧ୍ବ ଭୋଟର ଅଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ନିର୍ବାଚନରେ ୪ ଜଣ ଓଡିଆ ପ୍ରାର୍ଥୀ ହୋଇଛନ୍ତି। ଆଡଭୋକେଟ୍ ସୁକୁମାର ପାଟ୍ଟଯୋଶୀ ଉପସଭାପତି ପଦ ପାଇଁ ନିର୍ବାଚନ ଲଢୁଛନ୍ତି ।

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ବାର ଆସୋସିଏସନର ନିର୍ବାଚନ। ବିଭିନ୍ନ ପଦ ପଦବି ପାଇଁ ଚାଲିଛି ଭୋଟ ଗ୍ରହଣ। ସୁପ୍ରିମକୋର୍ଟ ବାର ଆସୋସିଏସନରେ ପ୍ରାୟ ୨୦ ହଜାର ସଦସ୍ୟ ଅଛନ୍ତି । କିନ୍ତୁ ନିର୍ବାଚନରେ ୩ ହଜାରରୁ ଊର୍ଦ୍ଧ୍ବ ଭୋଟର ଅଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ନିର୍ବାଚନରେ ୪ ଜଣ ଓଡିଆ ପ୍ରାର୍ଥୀ ହୋଇଛନ୍ତି। ଆଡଭୋକେଟ୍ ସୁକୁମାର ପାଟ୍ଟଯୋଶୀ ଉପସଭାପତି ପଦ ପାଇଁ ନିର୍ବାଚନ ଲଢୁଛନ୍ତି ।

ଆଡଭୋକେଟ ସସ୍ମିତା ତ୍ରିପାଠୀ କୋଷାଧକ୍ଷ ପଦବି, ତରୁଣକାନ୍ତ ସାମନ୍ତରାୟ ଏକଜ୍ୟୁକେଟିୠ ମେମ୍ୱର ଓ ପ୍ରଣୟ ମହାପାତ୍ର ଯୁଗ୍ମସମ୍ପାଦକ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଆଜି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ । ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବତନ କେନ୍ଦ୍ର ଆଇନ୍ ମନ୍ତ୍ରୀ କପିଲ ଶିବଲ ସୁପ୍ରିମକୋର୍ଟ ବାର ଆସୋସିଏସନରର ସଭାପତି ପଦ ପାଇଁ ନିର୍ବାଚନ ଲଢୁଛନ୍ତି ।