କିଏ ଜିତିବ ଗୁଜରାଟ ବାଜି, କାହା ଦଖଲକୁ ଯିବ ହିମାଚଳ ପ୍ରଦେଶ? ଚାଲିଛି ଭୋଟ୍‌ ଗଣତି

ଗୁଜରାଟ/ହିମାଚଳ ପ୍ରଦେଶ: କିଏ ଜିତିବ ଗୁଜରାଟ ବାଜି ? କାହା ଦଖଲକୁ ଯିବ ହିମାଚଳ ପ୍ରଦେଶ । ଦୁଇଟି ରାଜ୍ୟ ବିଧାନସଭା ନିର୍ବାଚନ ନେଇ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ ଗୁଜରାଟରେ ଆଗରେ ରହିଛି ବିଜେପି । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ୭ ଓ ଆପ୍‌ ତୃତୀୟ ସ୍ଥାନରେ ରହିଛି । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ସରକାର ଗଢ଼ିବାକୁ ମ୍ୟାଜିକ୍‌ ନମ୍ବର ରହିଛି ୯୨। ଗୁଜରାଟରେ ଲଗାତର ସପ୍ତମ ଥର ବିଜେପି ଆସିବ କି ନାହିଁ ତାଉପରେ ନଜର ।

ସେପଟେ ହିମାଚଳ ପ୍ରଦେଶରେ କାଣ୍ଟେ କା ଟକ୍କର । କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ଚାଲିଛି । ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ରହିଛି ୩୫ । ବର୍ତ୍ତମାନ ହିମାଚଳରେ ରହିଛି ବିଜେପି ସରକାର । ଏବେ ଅପେକ୍ଷା ହିମାଚଳରେ ଇତିହାସ ବଦଳିବ କି ? କାରଣ କୌଣସି ଦଳ ଲଗାତର ନିର୍ବାଚନ ଜିତି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.