ପାକିସ୍ତାନର ନିର୍ବାଚନ ରାଲି ଉପରେ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଳୀ : ପାକିସ୍ତାନରେ ଏକ ନିର୍ବାଚନ ରାଲି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏ ଘଟଣାରେ ପ୍ରାୟ ୧୩୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ବଲୁଚିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭାଇ ତଥା ବଲୁଚିସ୍ତାନ ଆୱାମୀ ପାର୍ଟିର ନେତା ସିରାଜ ରାଇସାନି। ୩୫ ଜଣ ଦଳୀୟ କର୍ମୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଦକ୍ଷିଣ ପଶ୍ଚିମ ପାକିସ୍ତାନ ବଲୁଚିସ୍ତାନ ରାଜଧାନୀ କ୍ୱେଟା ନିକଟ ମାସ୍ତୁଙ୍ଗ ସହରେ ବିସ୍ଫୋରଣ ହୋଇଥିଲା। ଏଥିରେ ୧୬୦ ଜଣ ଆହତ ହୋଇଛନ୍ତି। ୧୫ରୁ ୨୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମାସ୍ତୁଙ୍ଗ ବିସ୍ଫୋରଣ ପୂର୍ବରୁ ବାନୁ ସହରରେ ମଧ୍ୟ ଏକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆସନ୍ତା ୨୫ରେ ରହିଛି ପାକିସ୍ତାନ ସାଧାରଣ ନିର୍ବାଚନ।