ବିହାର: ସାରଣରେ ନିର୍ବାଚନୀ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ, ଜଣେ ମୃତ ୨ ଗୁରୁତର

ବିହାର ସାରଣ ଲୋକସଭା ଆସନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହିତ ଗୁଳିମାଡ ହୋଇଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପାଟନା ରେଫର କରାଯାଇଛି ।

ବିହାର ସାରଣ ଲୋକସଭା ଆସନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହିତ ଗୁଳିମାଡ ହୋଇଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପାଟନା ରେଫର କରାଯାଇଛି । ଏଥିପାଇଁ ୨ ଦିନ ଯାଏଁ ସାରଣରେ ଇଣ୍ଟରନେଟ ବ୍ୟାନ୍‌ କରାଯାଇଛି ।

ସୂଚନା ମୁତାବକ, ବିହାର ସାରଣ ଲୋକସଭା ଆସନରୁ ଆରଜେଡି ତରଫରୁ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ପ୍ରାର୍ଥୀ ଅଛନ୍ତି । ସେ ସୋମବାର ସନ୍ଧ୍ୟରେ ଭୋଟିଂ ସରିବା ପରେ ଛପରା ସହରର ଯେଉଁ ବୁଥକୁ ଯାଇଥିଲେ, ସେଠାରେ ପ୍ରବଳ ହଙ୍ଗମା ହୋଇଥିଲା । ହେଲେ ଆଜି ସକାଳୁ ଏହି ହିଂସା ଉଗ୍ର ରୂପ ନେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ ହେବା ସହିତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ପରେ ଛପରା ଭିକାରୀ ଠାକୁର ଛକ ନିକଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏସପି ଏବଂ ଡିଏମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଦୁଇ ଗୋଷ୍ଠୀ ତରଫରୁ ଲୋକମାନେ ଲାଠି-ଠେଙ୍ଗା ନେଇ ଆସିଥିଲେ । ଗୁଳିମାଡ ମଧ୍ୟ ହୋଇଥିଲା । ୩ ଜଣଙ୍କର ଉପରେ ଗୁଳିମାଡ ହୋଇଥିଲା । ତେବେ ରୋହିଣୀ ଆଚାର୍ଯ୍ୟ ବୁଥରେ ପହଞ୍ଚି ଲୋକମାନଙ୍କ ସହିତ ଖରାପ ବ୍ୟବହାର କରିଥିଲେ ।

ତେବେ ଏହି ଘଟଣା ଆରଜେଡି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ହୋଇଥିଲା ବୋଲି ସାରଣ ଏସପି କହିଛନ୍ତି । ଏହି ଘଟଣାକୁ ଯେଉଁମାନେ ସୃଷ୍ଟି କରିଥିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।

You might also like