ରାତି ଅନ୍ଧାରରେ ପ୍ରେମିକାକୁ ଦେଖାକରିବା ପାଇଁ ଘଣ୍ଟା ଘଣ୍ଟା ବିଦ୍ଯୁତ କାଟୁଥିଲା ଇଲେକ୍ଟ୍ରିସିଆନ, ଧରାପଡିଲା ଏମିତି

ନିଜ ପ୍ରେମିକାକୁ ଦେଖାକରିବା ପାଇଁ ଆଜିକାଲିର ପିଲାମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। କିଏ ବାପା ମା’ଙ୍କୁ କେତେ ପ୍ରକାର ମିଛ କହି ବାହାରକୁ ଯାଉଛନ୍ତି। ପ୍ରେମିକାକୁ ଦେଖା ନ କରି ଦିଏଟିଏ ମଧ୍ୟ ଆଜିକାଲିର ପିଲା ରହିପାରୁନାହାନ୍ତି। ଏହା ମଧ୍ୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ଯ ଲାଗିବ।

ବିହାର କୃତ୍ୟାନନ୍ଦ ନଗର ଥାନା ଗଣେଶପୁର ପଞ୍ଚାୟତର ଜଣେ ଇଲେକ୍ଟ୍ରିସିଆନ ଏବେ ଚର୍ଚ୍ଚାରେ। ପ୍ରେମିକାକୁ ଭେଟିବାକୁ ଇଲେକ୍ଟ୍ରିସିଆନ ଆପଣାଇଛନ୍ତି ଅଦ୍ଭୁତ ବୁଦ୍ଧି। ରାତିରେ ଗାଁରେ ଘଣ୍ଟାଘଣ୍ଟା ବିଦ୍ୟୁତ୍ କାଟ କରି ପ୍ରେମିକା ପାଖକୁ ଯାଉଥିଲେ ଇଲେକ୍ଟ୍ରିସିଆନ । ଧରା ପଡିବାରୁ ଉଭୟ ପ୍ରେମିକ ପ୍ରେମିକାଙ୍କୁ ଗ୍ରାମବାସୀ ସାବାଡ୍ କରିଛନ୍ତି।

ଘଟଣା ଅନୁଯାୟୀ, ବିହାର କୃତ୍ୟାନନ୍ଦ ନଗର ଥାନା ଗଣେଶପୁର ପଞ୍ଚାୟତର ଜଣେ ଇଲେକ୍ଟ୍ରିସିଆନ ଦୀର୍ଘ ୫ ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ। ସେ ତାଙ୍କ ପ୍ରେମିକାଙ୍କୁ ଯେତେବେଳେ ଭେଟିବାକୁ ଯାଉଥିଲେ ସେହି ସମୟରେ ଗାଁରେ ୩ ଘଣ୍ଟା ପାଇଁ ବିଦ୍ୟୁତ୍ କାଟି ଦେଉଥିଲେ। ଗାଁରେ ବାରମ୍ବାର ଏଭଳି ବିଜୁଳି ସମସ୍ୟା ହେବାରୁ ଗ୍ରାମବାସୀମାନେ ଏଥିରେ ଅତିଷ୍ଠ ହୋଇପଡିଥିଲେ। ଦିନେ ଗ୍ରାମବାସୀମାନେ ଇଲେକ୍ଟ୍ରିସିଆନଙ୍କୁ ଉତ୍ତମ ମଧ୍ୟମ ଦେବାକୁ ଖୋଜିବାରୁ ସେ ତାଙ୍କ ପ୍ରେମିକାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରା ପଡିଥିଲେ। ଫଳରେ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ଉଭୟ ପ୍ରେମିକ-ପ୍ରେମିକାଙ୍କ ମାଡ଼ ମାରି ଲଣ୍ଡା କରି ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇଥିଲେ। ଏହାପରେ ଦୁହିଁଙ୍କ ବିବାହ କରିଦେଇଥିଲେ।

ତେବେ ଇଲେକ୍ଟ୍ରିସିଆନଙ୍କ ଏଭଳି ବୁଦ୍ଧି ସମ୍ପର୍କରେ ଗ୍ରାମବାସୀମାନେ ଅବଗତ ନଥିଲେ। ସେମାନେ କେବଳ ବିଦ୍ୟୁତ୍ କାଟର କାରଣ ଜାଣିବାକୁ ଚାହୁଁଥିଲେ। ତେଣୁ ଦିନେ ଗାଁର ବିଦ୍ୟୁତ କାଟ ହେବା ମାତ୍ରେ ଗ୍ରାମବାସୀ ଇଲେକ୍ଟ୍ରିସିଆନଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟରେ ଇଲେକ୍ଟ୍ରିସିଆନ୍ ଓ ତାଙ୍କ ପ୍ରେମିକା ଆପତ୍ତିଜନକ ଅବସ୍ଥାରେ ଧରାପଡିଥିଲେ। ତେବେ ଏସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ।

Leave A Reply

Your email address will not be published.