କଟିପାରେ ଲାଇନ୍‌! ସାରା ଦେଶର ସମସ୍ତ ଥର୍ମାଲ ପାଓ୍ଵାର ପ୍ଲାଣ୍ଟରେ ଭୟଙ୍କର କୋଇଲା ସଙ୍କଟ, ଉତ୍ପାଦନ ହେଉଛି ବିଦ୍ୟୁତ୍‌

ସୂର୍ଯ୍ୟଙ୍କ ତାପମାତ୍ରା ବଢ଼ିବା ସହ ଏବେ ଦେଶରେ ବିଜୁଳି ସଙ୍କଟ ବି ଦେଖାଦେବା ଆରମ୍ଭ ହୋଇଛି। ଦେଶରେ ବିଜୁଳିର ଡିମାଣ୍ଡ ରେକର୍ଡ ସ୍ତରକୁ ପାର କରିଛି। ସ୍ଥିତି ଏତେ ଖରାପ ହୋଇଛି ଯେ ଏବେ ଦେଶର ୮୫ଟି ପାଓ୍ଵାର ପ୍ଲାଣ୍ଟରେ କୋଇଲା ସରିବାକୁ ବସିଲାଣି। ଭୀଷଣ ଗରମ ମଧ୍ୟରେ ଦେଶରେ ବିଜୁଳି ସଙ୍କଟ ଏବେ ଡରାଇବା ଆରମ୍ଭ କରିଛି। ଭାରତରେ ଏବେ ବିଜୁଳିର ଡିମାଣ୍ଡ ଏତେ ବଢ଼ିଯାଇଛି ଯେ ମଙ୍ଗଳବାର ଦିନ ନୂଆ ରେକର୍ଡ ସୃଷ୍ଟି କରିଛି। ମଙ୍ଗଳବାର ଗୋଟିଏ ଦିନରେ ବିଜୁଳିର ସର୍ବାଧିକ ଖର୍ଚ୍ଚ ୨୦୧.୦୬୬ ଗିଗାଓ୍ଵାଟ୍‌ ରେକର୍ଡ ହୋଇଛି।

ଭାଙ୍ଗିଲା ପୂର୍ବ ବର୍ଷର ରେକର୍ଡ:

ଦେଶରେ ଇଲେକ୍ଟ୍ରିର ଡିମାଣ୍ଡ ଏତେ ବଢ଼ିଛି ଯେ ଏହା ଏକ ରେକର୍ଡ ବନି ଯାଇଛି। ଗତ କାଲିର ରେକର୍ଡ ପୂର୍ବ ବର୍ଷର ସବୁ ରେକର୍ଡକୁ ବି ଭାଙ୍ଗି ଦେଇଛି। ଗତ ବର୍ଷ ୨୦୦.୫୩୯ ଗିଗାଓ୍ଵାଟ୍‌ ବିଜୁଳି ଆବଶ୍ୟକ ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ପହଞ୍ଚିଛି ୨୦୨.୦୬୬ ଗିଗାଓ୍ଵାଟ୍‌ରେ। ତେବେ ବର୍ତ୍ତମାନ ଏପ୍ରିଲ ମାସ ନ ସରୁଣୁ ସ୍ଥିତି ଏମିତି ହୋଇଛି। ଆଗକୁ ମେ’ ଓ ଜୁନ୍‌ରେ ସ୍ଥିତି କ’ଣ ହେବ, ତାହା ଚିନ୍ତାର କାରଣ ହୋଇପାରେ। ଆଶଙ୍କା କରାଯାଉଛି ଯେ ଆଗାମୀ ୨ ମାସ ଭିତରେ ବିଜୁଳିର ଚାହିଦା ବଢ଼ି ୨୧୫-୨୨୦ ଗିଗା ଓ୍ଵାଟ୍‌ ଯାଏଁ ପହଞ୍ଚିପାରେ।

କୋଇଲା ନାହିଁ ତ ଲାଇନ୍‌ ନାହିଁ:

ଦେଶରେ ୮୫ ପାଓ୍ଵାର ପ୍ଲାଣ୍ଟରେ କୋଇଲା ସଙ୍କଟ ଦେଖାଦେଇଛି। ଏହା ଦ୍ୱାରା ଆଗାମୀ ସମୟରେ ବିଜୁଳି କଟ୍‌ ହେବା ଆଶଙ୍କା ରହିଛି। ପାଓ୍ଵାର ପ୍ଲାଣ୍ଟ ପକ୍ଷଙ୍କ ଅଭିଯୋଗ ମୁତାବକ, ରେଳ ର‍୍ୟାକ୍‌ର ଅଭାବ ଯୋଗୁ କୋଇଲା ମିଳିବାରେ ଅସୁବିଧା ହେଉଛି। ଏହି ମାମଲାରେ ରେଳ ବିଭାଗୀୟ ଅଧିକାରୀ ଗୌରବ ବଂଶଲ କହିଛନ୍ତି, ପ୍ରଥମେ ୩୦୦ ର‍୍ୟାକ୍‌ ଦିଆଯାଉଥିଲା। ତା’ ପରେ କୋଇଲା ମନ୍ତ୍ରାଳୟଙ୍କ କହିବାନୁସାରେ, ୪୦୫ ର‍୍ୟାକ୍‌ ଦିଆଗଲା। ଏବେ ଆମେ ୪୧୫ ର‍୍ୟାକ୍‌ ଦେଉଛୁ। ଏ ନେଇ କୋଇଲା ମନ୍ତ୍ରାଳୟ ବି ସହମତି ପ୍ରକାଶ କରିଛି।

ତେବେ ଯଦି ଆମେ ଦେଶର ପ୍ରମୁଖ ଥର୍ମାଲ ପାଓ୍ଵାର ପ୍ଲାଣ୍ଟ କଥା କହିବା ତେବେ ସାରା ଦେଶର ୮୫ଟି ପ୍ଲାଣ୍ଟରେ କୋଇଲା ସରିବା ସରିବା ଅବସ୍ଥାରେ ରହିଛି। ଏଥିରେ ରାଜସ୍ଥାନର ୭ଟାରୁ ୬ଟା, ପଶ୍ଚିମବଙ୍ଗର ସମସ୍ତ ୬ଟି, ଉତ୍ତର ପ୍ରଦେଶର ୪ରୁ ୩ଟି, ମଧ୍ୟ ପ୍ରଦେଶର ୪ଟିରୁ ୩ଟି, ମହାରାଷ୍ଟ୍ରର ୭ଟିରୁ ସମସ୍ତ ୭ଟି ଓ ଆନ୍ଧ୍ର ପ୍ରଦେଶର ସମସ୍ତ ୩ଟି ପ୍ଲାଣ୍ଟରେ କୋଇଲା ଅଭାବ ଦେଖିବାକୁ ମିଳିଛି।

Also Read: ଶନିଶ୍ଚରୀ ଅମାବାସ୍ୟାରେ କରନ୍ତୁ ଏହି କାମ, ବଢ଼ିବ ଧନ ବୈଭବ ଓ ସୁଖ ସମୃଦ୍ଧି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.