ଭୟଙ୍କର ସଡ଼କ ଦୁର୍ଘଟଣା ; ଉତ୍ତରପ୍ରଦେଶ କାନପୁରରେ ପଥଚାରୀଙ୍କ ଉପରେ ଚଢିଗଲା ବସ୍ : ୬ ମୃତ, ୯ ଆହତ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର କାନପୁରରେ ଗତକାଲି ରାତିରେ ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ଇଲେକ୍ଟ୍ରିକ୍ ବସ୍ ନିୟନ୍ତ୍ରଣ ହରାଇ ପଥଚାରୀଙ୍କ ଉପରେ ଚଢିଯାଇଛି । ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। କାନପୁର ସହରର ବାବୁପୁରୱା ଥାନା ଅନ୍ତର୍ଗତ ଟାଟାମିଲ୍ କ୍ରସ୍ ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଯେଉଁମାନେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି।
ସୂଚନା ଅନୁଯାୟୀ , ସହରର ବାବୁପୁରୱା ପୋଲିସ ଷ୍ଟେସନ ପରିସର ଟାଟମିଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଟାଟାମିଲ୍ କ୍ରସ୍ ରୋଡ୍ରେ ରାସ୍ତା କଡ଼ରେ ପ୍ରାୟ ୧୫ ଜଣ ଲୋକ ଛିଡ଼ା ହୋଇଥିଲେ। ଏହି ସମୟରେ ଏକ ଇଲେକ୍ଟ୍ରିକ ବସ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ବ୍ରେକ୍ ଫେଲ୍ ହେବା ଯୋଗୁ ବସ୍ଟି ଲୋକଙ୍କ ଉପରେ ମାଡ଼ି ଯାଇଥିଲା ବୋଲି ପୋଲିସ କହିଛି। ଏହାପରେ ବସ୍ଟି ଟ୍ରାଫିକ୍ ବୁଥ୍ ଭାଙ୍ଗି ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଘଟଣାର ତଦନ୍ତ ଚାଲିଥିବା କାନପୁର ଇଷ୍ଟର ଡିସିପି କହିଛନ୍ତି।
#Police_Commissionerate_Kanpur_Nagar के घण्टाघर से टाटमील चौराहे के बीच हुयी घटना व की गयी कार्यवाही के सम्बन्ध में पुलिस उपायुक्त पूर्वी @dcpekanpur द्वारा दी गयी बाइट।@Uppolice pic.twitter.com/QpGho35a0M
— POLICE COMMISSIONERATE KANPUR NAGAR (@kanpurnagarpol) January 30, 2022
ତେବେ ଦୁର୍ଘଟଣାର ଦୃଶ୍ୟ ଏତେ ମାତ୍ରାରେ ଭୟାବହ ଥିଲା କି, ସେଠାରେ ଥିବା ଲୋକେ ଭୟରେ ଥରି ଉଠିଥିଲେ । ଏଥିରେ ୯ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ୍ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଆରମ୍ଭ କରିଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା।
ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଟୁଇଟ୍ କରି ଶୋକ ପ୍ରକାଶ କରି କହିଛନ୍ତି – ‘କାନପୁରରୁ ସଡକ ଦୁର୍ଘଟଣାର ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ’।
कानपुर में हुई बस दुर्घटना में कई लोगों के हताहत होने की खबर से अत्यंत दुःख हुआ है। इस घटना में अपने प्रियजनों को खोने वाले परिवारों के प्रति मेरी गहन शोक-संवेदनाएं। मैं घायल हुए लोगों के शीघ्र स्वस्थ होने की कामना करता हूँ।
— President of India (@rashtrapatibhvn) January 31, 2022
कानपुर से सड़क हादसे का बहुत ही दुखद समाचार प्राप्त हुआ।
मृतकों के परिजनों के प्रति मेरी गहरी शोक संवेदनाएं। मैं ईश्वर से प्रार्थना करती हूं कि घायलों को जल्द स्वास्थ्य लाभ मिले।
— Priyanka Gandhi Vadra (@priyankagandhi) January 30, 2022
ସୂଚନାଯୋଗ୍ୟ ଯେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଥିବାବେଳେ ପୋଲିସ ଅନେକ ଲୋକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଡିସିପି ଇଷ୍ଟ କହିଛି ଯେ ଅନିୟନ୍ତ୍ରିତ ବସ୍ କାର ଏବଂ ବାଇକକୁ ଧକ୍କା ଦେଇଛି। ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅନେକ ପୋଲିସ ଷ୍ଟେସନର ଫୋର୍ସ ଘଟଣାସ୍ଥଳକୁ ପଠାଯାଇଥିଲା। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଛି। ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ବସ୍ ଡ୍ରାଇଭରକୁ ଖୋଜାଖୋଜି କରାଯାଉଛି। ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯିବ।