ଏମିତି ପରୀକ୍ଷା କରିବା ପରେ ବିଦ୍ୟୁତ୍‌ ତାରବାଡ଼ ଭାଙ୍ଗିଲା ଚତୁର ହାତୀ, ଦେଖନ୍ତୁ ଭାଇରାଲ ଭିଡିଓ

ହାତୀମାନଙ୍କ ଗଣତି ବୁଦ୍ଧିମାନ ଜୀବଙ୍କ ମଧ୍ୟରେ ହୋଇଥାଏ। ହାତୀଙ୍କ ବୁଦ୍ଧିମତାର ପରିଚୟ ଆମେ ବିଭିନ୍ନ ଭିଡିଓରେ ଦେଖିବାକୁ ପାଇଛେ। ନିଜ ସୁରକ୍ଷା ପାଇଁ ହାତୀମାନେ ସବୁବେଳେ ସତର୍କ ଥାଆନ୍ତି। କିଛିଦିନ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଏକ ହାତୀ ଇଲେକ୍ଟ୍ରିକ୍‌ ତାରବାଡ଼ ଭାଙ୍ଗି ରାସ୍ତାପାର ହେଉଥିବା ଦେଖିବାକୁ ମିଳିଥିଲା। ଏବେ ପୁଣି ଥରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ହାତଟି ଖୁବ୍‌ ଚତୁରତାର ସହ ପ୍ରଥମେ ପରୀକ୍ଷା କରି ପରେ ବିଦ୍ୟୁତ ତାରବାଡ଼ ଭାଙ୍ଗି ରାସ୍ତା ଅତିକ୍ରମ କରିଥିବା ନଜର ଆସିଛି।

ଦେଖନ୍ତୁ ଭିଡିଓ:

ଏହାସହ ପଢ଼ନ୍ତୁ:  ଇସ୍ରୋ ଆଣିଦେଇଛି ସରକାରୀ ଚାକିରି କରିବାର ସୁଯୋଗ, ଆସିଷ୍ଟାଣ୍ଟ ପଦବୀ ପାଇଁ ଆଜି ହିଁ କରନ୍ତୁ ଆବେଦନ

ଏହି ଭିଡିଓକୁ ଟ୍ଵିଟରରେ ଡାକ୍ଟର ପିଏମ୍‌ ଧକାଟେ ସେୟାର କରିଛନ୍ତି। ଭିଡିଓକୁ ସେୟାର କରି ସେ କ୍ୟାପସନ୍‌ ଲେଖିଛନ୍ତି ଗଜରାଜ, ଜୀବଜନ୍ତୁଙ୍କ ଦୁନିଆର ସବୁଠାରୁ ବୁଦ୍ଧିମାନ ଜୀବ। ଏହି ଭିଡିଓରେ ହାତୀ ପ୍ରଥମେ ପାଦରେ ଛୁଇଁକି ତାରରେ କରେଣ୍ଟ ଅଛି ନା ନାହିଁ ଯାଞ୍ଚ କରୁଛି। ତାରରେ ବିଦ୍ୟୁତ୍‌ ନଥିବା ଦେଖି ସେ ବାଡ଼ ଭାଙ୍ଗି ରାସ୍ତାପାର କରି ଚାଲିଯାଉଥିବା ନଜର ଆସିଛି। ନଭେମ୍ବର ୨୫ ତାରିଖରେ ସେୟାର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.