ହିମାଚଳପ୍ରଦେଶ ପରୱାନୋରେ କେବୁଲ କାର ଟ୍ରଲିରେ ଫସିଲେ ୧୧ ପର୍ଯ୍ୟଟକ, ଉଦ୍ଧାର କରିବାକୁ ଚାଲିଛି ପ୍ରୟାସ

କେନ୍ୟୁଜ୍(ବ୍ୟୁରୋ): କେବୁଲ କାର ଟ୍ରଲିରେ ଫସି ରହିଲେ ୧୧ ପର୍ଯ୍ୟଟକ। ହିମାଚଳ ପ୍ରଦେଶର ପରୱାନୋ ଠାରେ ମଝି ଆକାଶରେ କେବୁଲ କାର ଟ୍ରଲିରେ ଫସି ରହିଛନ୍ତି ୧୧ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରେ ୨ଜଣ ବରିଷ୍ଠ ନାଗରିକ ଓ ୪ଜଣ ମହିଳା ଅଛନ୍ତି। ଦେଢ ଘଣ୍ଟା ଧରି ସେମାନେ ସେଠାରେ ଫସି ରହିଛନ୍ତି।
କେବୁଲ କାର ଟ୍ରଲିରେ ଯାନ୍ତ୍ରିକ ତ୍ରୁଟି ପାଇଁ ହଠାତ ଏହା ଅଟକି ରହିଥିଲା। ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଅନ୍ୟ ଏକ କେବୁଲ କାର ଟ୍ରଲି ପଠାଇ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି କୁହାଯାଇଛି।