ଦେଶ ବିଦେଶ

ଏଲନ ମସ୍କ ରୁଷ ରାଷ୍ଟ୍ରପତିଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ! କହିଲେ, ‘ଯିଏ ଜିତିବ ତା’ର ହେବ ୟୁକ୍ରେନ’…

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଲେ ଏଲନ ମସ୍କ, ଯିଏକି ସ୍ପେସ୍‌ଏକ୍ସ ଏବଂ ଟେସ୍‌ଲାର ସିଇଓ। ଏବେ ଏଲନ ମସ୍କ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ମସ୍କ ଟ୍ଵିଟ୍‌ ଜରିଆରେ ତାଙ୍କୁ ସିଙ୍ଗଲ ଲଢ଼େଇ ପାଇଁ ଉସୁକାଇଛନ୍ତି ଏବଂ କହିଛନ୍ତି, ୟୁକ୍ରେନ ବାଜିରେ ରହିବ। ଯିଏ ଏହି ଲଢ଼ିବ ଜିତିବ, ୟୁକ୍ରେନ ତା’ର ହେବ। ଏହି ଟ୍ଵିଟ୍‌ ଉପରେ ହଜାର ହଜାର ୟୁଜର୍ସ କମେଣ୍ଟ କରିଛନ୍ତି।

ନିଜର ଆଗାମୀ ଟ୍ଵିଟ୍‌ରେ ଟେସ୍‌ଲା ସିଇଓ ଏଲନ ମସ୍କ ଲେଖିଛନ୍ତି ଯେ ‘କ’ଣ ଆପଣ ଏହି ଫାଇଟ୍‌ ପାଇଁ ପ୍ରସ୍ତୁତ ଅଛନ୍ତି ରାଷ୍ଟ୍ରପତି ପୁଟିନ’? ଏହି ଟ୍ଵିଟ୍‌ ଉପରେ ରୁଷ ମହାକାଶ ଏଜେନ୍ସି ପ୍ରମୁଖ ଦିମିତ୍ରୀ ରୋଗୋଜିନ ରିପ୍ଲାଇ ଦେଇଛନ୍ତି। ସେ ଲେଖିଛନ୍ତି, ‘ତୁମେ ଛୋଟ ଡେଭିଲ୍‌, ଏବେ ବି ଯୁବା ଅଛ, ମୋ ସହିତ ମୁକାବିଲା ଦୁର୍ବଳ ହେବ, ଏହା କେବଳ ସମୟର ଅପଚୟ ହେବ’। ପୁଣି ମସ୍କ ଏହା ଉପରେ କହିଛନ୍ତି, ‘ମୁଁ ଦେଖୁଛି କି, ଆପଣ ଟଫ୍‌ ନେଗୋସିଏଟର! ଠିକ୍‌ ଅଛି, ଆପଣଙ୍କ ପାଖରେ ପ୍ରତ୍ୟେକ ଭ୍ୟୁ ଭରଣା ୧୦% ଅଧିକ ହୋଇପାରେ’। ତେବେ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ପୁଟିନଙ୍କୁ ଟ୍ୟାଗ କରି ଏଲନ ମସ୍କ କମେଣ୍ଟ ସେକ୍ସନରେ ରୁଷରେ ଲେଖିଛନ୍ତି, ‘କ’ଣ ଆପଣ ଏହି ଲଢ଼େଇ ପାଇଁ ସହମତ ଅଛନ୍ତି’?

ତେବେ ଏଲନ ମସ୍କ ଏକ ମିମ୍‌ ସେୟାର କରି ମଜାଳିଆ ଢଙ୍ଗରେ କହିଛନ୍ତି, ‘ସେ ନିଜ ଭାଲୁକୁ ବି ସାଥୀରେ ନେଇ ପାରିବେ’। କହି ରଖୁଛୁ, ମସ୍କ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବିରୋଧ କରୁଛନ୍ତି ଏବଂ ଟ୍ଵିଟ୍‌ରେ ନିଜ ଭାବନାକୁ ସ୍ପଷ୍ଟ କରି ଦେଇଛନ୍ତି। ଯେବେଠୁ ରୁଷ, ୟୁକ୍ରେନ ଉପରେ ଆକ୍ରମଣ କରିଛି, ସେବେଠାରୁ ସେ ୟୁକ୍ରେନ ଜନତାଙ୍କ ତରଫରୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି।

Roshni

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

6 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

9 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

9 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

10 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

10 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

11 hours ago