ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ଵିଟର’କୁ କିଣିଲେ ବିଶ୍ୱର ସବୁଠୁ ଧନୀ ବ୍ଯକ୍ତି ଏଲନ ମସ୍କ

ଟ୍ଵିଟରକୁ କିଣିଲେ ଏଲନ ମସ୍କ । ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବର୍ତ୍ତମାନ କୋଟି କୋଟି ୟୁଜର ଥିବା ଏହି ସୋସିଆଲ ମିଡିଆ ପ୍ଲଟଫର୍ମର ମାଲିକାନା ଦାୟିତ୍ୱ ଏଲନ ମସ୍କଙ୍କ ହାତକୁ ଯାଇଛି ।

କିଛିଦିନ ତଳେ ଟ୍ଵିଟର ବୋର୍ଡ ଏଲନ ମସ୍କଙ୍କ ହାତକୁ ଯେଭଳି ନଯିବ, ସେଥିପାଇଁ ପଏଜନ ପିଲ୍‌ ଷ୍ଟ୍ରାଟେଜୀ ଗ୍ରହଣ କରିଥିଲେ । କିନ୍ତୁ ଏଲନ ମସ୍କ ଏହି ପଏଜନ ପିଲକୁ ଦୂର କରିବାର ଉପାୟ ବାହାର କରିଥିଲେ । ଏବଂ କମ୍ପାନୀ ସହ ଡିଲ୍‌ ଚୂଡାନ୍ତ କରିଥିଲେ । ଟ୍ଵିଟର କିଣିବା ପରେ ଏଲନ ମସ୍କ ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ ଉପରେ କାର୍ଯ୍ୟ କରିବେ ।

ବାକ୍‌ ସ୍ୱାଧୀନତାର ସେ ଜଣେ ଦୃଢ଼ ସମର୍ଥକ ବୋଲି ମସ୍କ କହିଆସିଥିଲେ । ଟ୍ଵିଟର କିଣିବା ପଛରେ ତାଙ୍କା ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଅନ୍ୟପଟେ ହ୍ଵାଇଟ ହାଉସ ଏହାର ପ୍ରତିକ୍ରିୟା ରଖିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉତ୍ତରଦାୟିତ୍ୱ ରହିବା ଦରକାର ବୋଲି ହ୍ଵାଇଟ ହାଉସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.